ବଡି ମସାଜ ଓ ବିୟୁଟି ପାର୍ଲର ଆଳରେ ଚାଲୁଛି ଦେହ ବେପାର, ୬ ବର୍ଷରେ ୭୭ ସେକ୍ସ ରାକେଟ ଠାବ

1 min read

ଭୁବନେଶ୍ୱର: ଭୁବନେଶ୍ବରରେ ବ୍ୟାଙ୍କକ୍ ମାହୋଲ । ବଡି ମସାଜ ସାଙ୍ଗକୁ ସେକ୍ସର ମଜା । ଟାଇମପାସ୍ ପାଇଁ ପେଡ ଗାର୍ଲଫ୍ରେଣ୍ଡ । ବେଶ୍ୟାଳୟ ଘୋଷଣା ପାଲଟିଛି ପ୍ରହସନ । ସିଟି ସ୍ମାର୍ଟ ହେବା ସଙ୍ଗେ ସଙ୍ଗେ ବଦଳୁଛି ଦେହ ବେପାରର ତରିକା । ଦଲାଲ ଆପଣାଉଛନ୍ତି ଅନଲାଇନ ରାସ୍ତା । ଓ୍ବେବସାଇଟ ଜରିଆରେ ହେଉଛି ସେକ୍ସ ଡିଲ୍ । ବିଗତ ୬ ବର୍ଷରେ ରାଜଧାନୀରେ ୭୭ ସେକ୍ସ ରାକେଟ ଠାବ ହୋଇଛି । ୨୫୪ ଜଣ ଗରାଖ ଓ ମାଲିକଙ୍କୁ ଗିରଫ କରାଯାଇଥିବା ବେଳେ ୨୦୭ ରୂପଜୀବୀଙ୍କୁ ସର୍ଟ ଷ୍ଟେ ହୋମକୁ ପଠାଯାଇଛି । ଦେହଜୀବୀଙ୍କୁ ଧରି ପୋଲିସ ବାହାବା ନେଉଥିବା ବେଳେ ରାଣୀ ମହୁମାଛି ପାଖରେ ପହଞ୍ଚି ପାରୁନାହିଁ ।

କୋଲକତାରୁ ସେକ୍ସ ଟ୍ରେଡ କଣ୍ଟ୍ରୋଲ କରାଯାଉଥିବା ବେଳେ ସହରର କିଛି ହୋଟେଲରେ ଲେଟ ନାଇଟ ପାର୍ଟି ଆଳରେ ଦେହର ଆସର ବସୁଥିବା ବେଳେ ଭୁବନେଶ୍ୱର ସେକ୍ସ ସିଟି ପାଲଟି ଯାଇଥିବା କହିଛନ୍ତି ବରିଷ୍ଠ ଆଇନଜୀବୀ । ୨୦୧୪ ରୁ ୨୦୧୬ ମଧ୍ୟରେ କ୍ୟାପିଟାଲ ଥାନା ଅନ୍ତର୍ଗତ ନିର୍ମଳ ପ୍ୟାଲେସ, ଜନ୍ନତ ପ୍ୟାଲେସ, ଚନ୍ଦ୍ରଶେଖରପୁର ଥାନାର ମୈତ୍ରୀ ଗେଷ୍ଟ ହାଉସ, ଲକ୍ଷ୍ମୀସାଗର ଥାନା ଅଧିନ ଖୁସବୁ ବିଉଟି ପାର୍ଲର, ଓ୍ବାନଷ୍ଟାର ବିୟୁଟି ପାର୍ଲର ଓ ବୃନ୍ଦାବନ ଏନକ୍ଲେଭ୍ ପ୍ରମୁଖ ୧୨ ଟି ଘରକୁ ବେଶ୍ୟାଳୟ ଘୋଷଣା କରାଯାଇଥିଲା ।

ପରେ ଖାରବେଳ ନଗର ଥାନା ଅଞ୍ଚଳରେ ଥିବା heaven thai spa ଓ ବାପୁଜୀନଗର ରେ ଥିବା h2o spa ରେ ଛାପା ମାରି ପୋଲିସ କିଛି ଥାଇଲାଣ୍ଡ ଯୁବତୀଙ୍କୁ ଉଦ୍ଧାର କରିବା ସହ ସମ୍ପୃକ୍ତ ଯୁବତୀଙ୍କ ଭିସା କୁ କଳା ତାଲିକା ଭୁକ୍ତ କରିବା ପାଇଁ ଗୃହ ବିଭାଗକୁ ଚିଠି ଲେଖାଯାଇଥିଲା । କିନ୍ତୁ ସାକ୍ଷୀ ସଠିକ ସାକ୍ଷ ନରଖିବା, ଅଭିଯୋଗ ପ୍ରମାଣିତ ନହେବା କାରଣରୁ ଘର ସିଲ୍ କରିବାକୁ କୋର୍ଟ ଅର୍ଡର ମିଳିପାରୁ ନାହିଁ । ଯେଉଁଥି ପାଇଁ ପୋଲିସ କୌଣସି ଆକ୍ସନ ନେଇ ପାରୁନାହିଁ ବୋଲି କହିଛନ୍ତି ଅବସରପ୍ରାପ୍ତ ପୋଲିସ ଅଧିକାରୀ । ତୁରନ୍ତ ଏ ଦିଗରେ ଧ୍ୟାନ ଦେଲେ ମାନବ ଚାଲାଣ ଭଳି ଘଟଣାରେ ରୋକ ଲାଗିପାରନ୍ତା ବୋଲି କହିଛନ୍ତି ବିଶେଷଜ୍ଞ।