ସଟଡାଉନରେ ଚାଲିଛି ହାଇ ପ୍ରୋଫାଇଲ ସେକ୍ସ ରାକେଟ, ଅଚାନକ ଚଢାଉ କଲା ପୋଲିସ
1 min read
ଭୁବନେଶ୍ୱର: କମିଶନରେଟ ପୁଲିସର ବ୍ଲକିଂ ଓ ଚେକିଂକୁ ଜୋରଦାର । ସୁଯୋଗ ନେଇ ଷ୍ଟେସନ ବଜାର ଅଂଚଳରେ ଚାଲିଥିଲା ଦେହ ବ୍ୟବସାୟର ଗୋଲକ ଧନ୍ଦା। ଖବର ପାଇ ଲକ୍ଷ୍ମୀ ସାଗର ଥାନା ପୁଲିସ ଆତର୍କିତ ଭାବେ ଗେଷ୍ଟ ହାଉସରେ ଚଢ଼ଉ କରିଥିଲା । ଜଣେ ଯୁବତୀଙ୍କୁ ଉଦ୍ଧାର କରିବା ସହ 3 ଜଣକୁ ଅଟକ ରଖଛି ପୋଲିସ। ଯୁବତୀ ଜଣଙ୍କୁ ପୁଲିସ ସୁଧାରଗୃହକୁ ପଠାଇଛି। ରାଜଧାନୀରେ ସଟଡାଉନରେ ହାଇ ପ୍ରୋଫାଇଲ ସେକ୍ସ ରାକେଟ ଠାବ । ଗେଷ୍ଟ ହାଉସରେ ଚାଲିଥିଲା ଦେହ ସଉଦା। ଘର ଭଡା ପାଇଁ ଗେଷ୍ଟହାଉସର ମ୍ୟାନେଜର କରୁଥିଲା ଦେହ ବେପାର। ୱିକେଣ୍ଡ ସଟଡାଉନରେ ଜମୁଥିଲା ବେପାର। ଡିମାଣ୍ଡରେ ଥିଲେ ଲୋକାଲ ଗାର୍ଲ। ମୋବାଇଲରେ ଫିକ୍ସ ହେଉଥିଲା ରେଟ।
ଦିନରେ 5 ହଜାର, ରାତିରେ ଦଶ ହଜାର। ପୋଲିସକୁ ଚକମା ଦେବା ପାଇଁ ଗେଷ୍ଟ ହାଉସ ବାହାରେ ପଡୁଥିଲା, ହେଲେ ଭିତରେ ଚାଲୁ ଥିଲା ପାଲା। କୋର୍ଡ ୱାର୍ଡ ଥିଲା visting କାର୍ଡ଼। ଆଉ କାର୍ଡ଼ ଦେଖାଇଲେ ମିଳୁ ଥିଲା ଏଣ୍ଟ୍ରି। ଖବର ଲକ୍ଷ୍ମୀ ସାଗର ବୁଧେଶ୍ୱରୀ କୋଲନିରେ ପାଇ ଗ୍ରହାକ ବେଶରେ ରେଡ଼ ମାରି ଲକ୍ଷ୍ମୀସାଗର ଥାନା ପୋଲିସ। 3 ଜଣ ଯୁବକ ଓ ଜଣେ ଯୁବତୀଙ୍କଙ୍କୁ ଅସଂଯତ ଅବସ୍ତାରେ ଉଦ୍ଧାର କରିଥିଲା । ଚଢ଼ାଉ ପରେ ଯୁବକ ମାନେ ଛାତ ଉପରୁ ଡିଆଁ ମାରିବାକୁ ଚେଷ୍ଟା କରିଥୁବ ବେକେ ଗୋଡେଇ ଧରିଥିଲା ପୋଲିସ ।ରୁମ ଭିତରୁ ପୁଲିସ ନଗଦ ଟଙ୍କା, ପୁଳେ ଏଟିଏମ କାର୍ଡ,ମନିପର୍ସ, ଭ୍ୟାନିଟ, ୪ଟି ମୋବାଇଲ ଫୋନ, ଆପତ୍ତିଜନକ ସାମଗ୍ରୀ ଜବତ କରିଛି ପୋଲିସ ।
ପୋଲିସର ସୂଚନା ଅନୁସାରେ ଘର ର ପ୍ରକୃତ ମାଲିକ ଦିଲ୍ଲୀ ରେ ରହନ୍ତି । ଆଉ ଜଣେ ବ୍ୟକ୍ତି ଗେଷ୍ଟ ହାଉସ କରିଥିଲେ। ଲକଡାଉନରେ ବେପାର ବନ୍ଦ ହେବା ପରେ ସମସ୍ୟା ଦେଖା ଦେଇଥିଲା। ମାସିକ 25 ହଜାର ଟଙ୍କା ଥିଲା ଘର ଭଡା। ଆଉ ଭଡ଼ା ଦେବା ପାଇଁ ମ୍ୟାନେଜର ଜଣକ ଏସ କେ ଗେଷ୍ଟ ହାଉସ ନା ଦେଇ ଭିତରେ ଗୋଟିଏ ମାସ ହେଲା ଦେହ ବ୍ୟବସାୟ ଚଳାଇ ଥିବା ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଛି। ପୂର୍ବରୁ ଏହି ଘରେ ପୋଲିସ ଚଢ଼ାଉ କରିଥିଲେ ମଧ୍ୟ କାହାକୁ ପାଉନଥିଲା । ଏବେ ଘର କୁ ସିଲ କରିବା ସହ ଘର ର ପ୍ରକୃତ ମାଲିକ ଏ ବିଷୟରେ ଜାଣିଥିଲେ ନ ନାହିଁ ତାହାର ତଦନ୍ତ କରୁଛି ପୋଲିସ ।