ଭରତପୁର ଜଙ୍ଗଲରୁ ମିଳିଲା ମୃତ ମହିଳାଙ୍କ କଟାମୁଣ୍ଡ, ହତ୍ୟାକାଣ୍ଡର ଡେମୋ ଦେଖାଇଲେ ଅଭିଯୁକ୍ତ

1 min read

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ଅନ୍ଧାରୁଆରୁ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ଗୁରୁବାର ଦିନ ମୃତ ମହିଳାଙ୍କ କଟାମୁଣ୍ଡ ଉଦ୍ଧାର କରାଯାଇଛି। ଏହି ଘଟଣାରେ ପୋଲିସ ଦୁଇ ଜଣଙ୍କୁ ମଧ୍ୟ ଗିରଫ କରିଛି ।

ସୂଚନା ଅନୁସାରେ ଭରତପୁର ଜଙ୍ଗଲରୁ ଗୁରୁବାର ଦିନ ମୃତ ମହିଳାଙ୍କ କଟାମୁଣ୍ଡ ଜବତ କରିଛି ପୋଲିସ। ଏଥିସହିତ ପୋଲିସ ଗିରଫ କରିଥିବା ଦୁଇ ହତ୍ୟା ଅଭିଯୁକ୍ତ ଘଟଣାସ୍ଥଳରେ ଡେମୋ ଦେଖାଇଛନ୍ତି । ଏହି ସମୟରେ ଉପସ୍ଥିତ ଥିଲେ ଭୁବନେଶ୍ୱର ଡିସିପି । ମୃତଦେହ ମିଳିବାର ଦୁଇ କିଲୋମିଟର ଦୂରରୁ ମିଳିଛି ଏହି କଟାମୁଣ୍ଡ । ଘଟଣାସ୍ଥଳକୁ ଦୁଇ ଅଭିଯୁକ୍ତଙ୍କୁ ନେଇ ସିନ୍ ରିକ୍ରିଏଟ୍ କରିଛି ପୋଲିସ ।

ମୃତ ମହିଳା ହେଉଛନ୍ତି ପାତ୍ରପଡ଼ା ଫୁଲେଶ୍ୱରୀ ବସ୍ତି ଅଞ୍ଚଳର ବୋଲି ଜଣାପଡିଛି। ତେବେ ସପ୍ତାହ ତଳେ ଅନ୍ଧାରୁଆ-ଦାସପୁର ରାସ୍ତାକଡ଼ ବୁଦାରୁ ମିଳିଥିଲା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ।

ସୂଚନାଯୋଗ୍ୟ,  ନିକଟରେ ସମ୍ପୃକ୍ତ ମହିଳାଙ୍କ ପରିଚୟ ପାଇବା ଲାଗି ଭୁବନେଶ୍ୱର ଆଖପାଖ ଅଞ୍ଚଳ ଓ ଜିଲ୍ଲାରେ ମଧ୍ୟ ପୋଷ୍ଟର ଲଗାଯାଇଥିଲା । ପୋଷ୍ଟରରେ ମହିଳାଙ୍କ ଉଚ୍ଚତା, ବୟସ, ଡ୍ରେସ, ଟାଟୁର ଚିହ୍ନ ରହିଛି । ସେପଟେ ପଡୋଶୀ ରାଜ୍ୟ ବିହାର, ଝାଡ଼ଖଣ୍ଡ ସମେତ ଅନ୍ୟାନ ରାଜ୍ୟକୁ ମଧ୍ୟ ତଥ୍ୟ ପଠାଯିବ ବୋଲି କୁହାଯାଇଥିଲା । ଏହାବ୍ୟତୀତ ସାଇଣ୍ଟଫିକ ଓ ଡଗ ସ୍କ୍ୱାଡ୍ ସନ୍ଦେହୀ ଆଖିରେ ଓଡିଶା ବାୟୋଟେକ ପାର୍କର ଶ୍ରମିକ ରହିଛନ୍ତି । କାରଣ ଶ୍ରମିକଙ୍କ ଘରୁ ମିଳିଥିବା ଛୁରୀର ଅବିକଳ ଛୁରୀ ହତ୍ୟାକାଣ୍ଡରେ ବ୍ୟବହାର ହୋଇଥିଲା ବୋଲି ପୋଲିସ ସୁତ୍ରରୁ ପ୍ରକାଶ।

Leave a Reply