ଆକାଶରୁ ବର୍ଷୁଛି ଅଗ୍ନି ପିଣ୍ଡୁଳା, ୫ ଦିନ ଯାଏ ସିଭିୟର ହିଟଓ୍ବେଭ୍ ଆଲର୍ଟ

1 min read

ଭୁବନେଶ୍ୱର: ଆକାଶରୁ ବର୍ଷୁଛି ଅଗ୍ନି ପିଣ୍ଡୁଳା । ତତଲା ତାଓ୍ବାରେ ପଶ୍ଚିମ ଓଡ଼ିଶା । ୪୫ ଡିଗ୍ରୀ ପାର କରିଛି ପାରଦ । ଆସନ୍ତା ୫ ଦିନ ଯାଏଁ ସିଭିୟର ହିଟଓ୍ବେଭ୍ ଆଲର୍ଟ। ସ୍ବାଭାବିକଠାରୁ ୬ରୁ ୭ ଡିଗ୍ରୀ ଉପରେ ରହିବ ପାରଦ । ଆଜି ୬ ଜିଲ୍ଲାକୁ ଅରେଞ୍ଜ ଏବଂ ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେହିପରି ଆସନ୍ତାକାଲି ୧୩ ଜିଲ୍ଲା ଏବଂ ୧୫ରେ ୧୨ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ଏସବୁ ଜିଲ୍ଲା ଗୁଡିକରେ ସ୍ବାଭାବିକଠାରୁ ୬.୫ ଡିଗ୍ରୀ କିମ୍ବା ତାଠାରୁ ଅଧିକ ତାପମାତ୍ରା ରହିବ।

ରାଜ୍ୟକୁ ସାମୁଦ୍ରିକ ପବନ ପ୍ରବାହ କମିବା ସହ ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ଏବଂ ଗରମ ପବନ ପ୍ରବାହିତ ହେଉଛି। ଏହା ସହିତ ପ୍ରାକ୍ ମୌସୁମୀ ବର୍ଷାର ଅଭାବ ପାଇଁ ମଧ୍ୟ ତାପମାତ୍ରା ଜୁନ୍ ମାସରେ ଅଧିକ ରହିଛି । ରାଜ୍ୟରେ ହେଉଥିବା କାଳବୈଶାଖୀ ବର୍ଷା ମଧ୍ୟ ପ୍ରଭାବ ପକାଇବାରେ ସକ୍ଷମ ହେଉନି । ଆବଶ୍ୟକ ନଥିଲେ ଦିନ ୧୧ଟାରୁ ୩ଟା ମଧ୍ୟରେ ଯାତାୟତରୁ ନିବୃତ ରହିବା ସହ ପର୍ଯ୍ୟାପ୍ତ ପାନୀୟ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି । ଗତକାଲି ରାଜ୍ୟର ୧୦ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା ।