spot_img

Latest Posts

ଗାଜାର ଚର୍ଚ୍ଚ ଉପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍, ୮ ପାଲେଷ୍ଟିନୀୟ ନାଗରିକ ମୃତ

ଗାଜା: ଇସ୍ରାଏଲ-ଗାଜା ଯୁଦ୍ଧର ଆଜି ୧୪ତମ ଦିନ। ଏବେବି ଚାଲିଛି ଘମାଘୋଟ ସଂଘର୍ଷ। ଗାଜାର ଏକ ଚର୍ଚ୍ଚ ଉପରେ ଇସ୍ରାଏଲ ପକ୍ଷରୁ ଏୟାର ଷ୍ଟ୍ରାଇକ୍ ହୋଇଥିବା ଜଣାପଡିଛି। ଆକ୍ରମଣରେ ୮ ପାଲେଷ୍ଟିନୀୟ ନାଗରିକଙ୍କ ମୃତ୍ୟୁ ହୋଇଛି। ୧୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି।

ଗାଜା ସୀମାନ୍ତ ଅଲଜେଟନରେ ଥିବା ଏକ ଚର୍ଚ୍ଚ ଉପରେ ହୋଇଥିଲା ଏହି ହମଲା। ପାଲେଷ୍ଟାଇନ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଏହି ଆକ୍ରମଣ ନେଇ ସୂଚନା ଦିଆଯାଇଛି। ଗତକାଲି ରାତିରେ ହୋଇଥିଲା ଏହି ଆକ୍ରମଣ। ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ଅଛନ୍ତି। ଆକ୍ରମଣରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି।

ଗାଜା ଉପରେ ଇସ୍ରାଏଲର ଆକ୍ରମଣ ଜାରି ରହିଥିବାରୁ ଚର୍ଚ୍ଚରେ ଅନେକ ଆଶ୍ରୟ ନେଇଥିଲେ। ଚର୍ଚ୍ଚ ଉପରେ ଆକ୍ରମଣକୁ ନେଇ ଇସ୍ରାଏଲକୁ ନିନ୍ଦା କରିଛି ପାଲେଷ୍ଟାଇନ୍।

Latest Posts

Don't Miss