ବିଜେପି ନେତ୍ରୀଙ୍କ ଗୋଷାଳା ବନିଲା ଗାଈଙ୍କ କବରଖାନା

Several Cows found dead in gaushala allegedly run by BJP leader

ଭୋପାଳ: ୧୦୦ ନୁହେଁ ବୈରସିୟାର ବସଈ ଗାଁ ଗୋ ସେବା ଭାରତୀ ଗୋଷାଳାରେ ୮୫୦ ଗାଈଙ୍କ ମୃତ୍ୟୁ ହୋଇଛି । ଏହି ଦାବି କରିଛନ୍ତି ଗାଈଙ୍କୁ ପୋତିବା ଲାଗି ଗାତ ଖୋଳିଥିବା ଜେସିବି ଡ୍ରାଇଭର ଶାହରୁଖ । ତାଙ୍କ କହିବା ଅନୁଯାୟୀ, ଗାଡ଼ି ଭର୍ତ୍ତି ଗାଈଙ୍କ ମୃତଦେହ ଅଣାଯାଇଥିଲା । ସନ୍ଧ୍ୟା ୪ଟାରୁ ବୈରସିୟା ଅଳିଆ ଗଦାରେ ଗାତ ଖୋଳିବା ଆରମ୍ଭ ହୋଇଥିଲା ।

୮ରୁ ୯ ଫୁଟ୍ ଗଭୀର ଗାତ ଖୋଳିବା ପରେ ରାତି ୧୨ଟା ପରେ ଗାଈ ଗୁଡ଼ିକର ମୃତଦେହ ପୋତା ଯାଇଥିଲା । ୮୦୦ରୁ ୯୦୦ ଗାଈ ମଧ୍ୟରୁ ଅଧା କଙ୍କାଳ ଥିଲା । ମୃତଦେହ ଗୁଡ଼ିକୁ ପୋତିବା ପରେ ଦୁର୍ଗନ୍ଧ ନ ହେବା ପାଇଁ ଲୁଣ ଓ କେମିକାଲ୍ ଢଳା ଯାଇଥିଲା ବୋଲି କହିଛନ୍ତି ବୈରସିୟା ନଗରପାଳିକାରେ ଜେସିବି ଡ୍ରାଇଭର ଥିବା ଶାହରୁଖ ।

ରିପୋର୍ଟ ମାଗିଲେ ଜିଲ୍ଲାପାଳ

ଶନିବାର ବୈରସିୟାର ବିଜେପି ନେତ୍ରୀ ନିର୍ମଳା ଶାଣ୍ଡିଲ୍ୟଙ୍କ ଗୋଶାଳାର କୂଅରୁ ୨୦ଟି ଗାଈଙ୍କ ମୃତଦେହ ମିଳିଥିଲା । ସେହିଭଳି ଖୋଲା ସ୍ଥାନରୁ ୮୦ରୁ ଅଧିକ ଗାଈଙ୍କ ଶବ ଓ କଙ୍କାଳ ମିଳିଥିଲା । ଯେଉଁଥିରୁ କେବଳ ଶନିବାର ରାତିରେ ୮ଟି ଗାଈ ମୃତ୍ୟୁବରଣ କରିଥିଲେ ।

ମାମଲା ସାମ୍ନାକୁ ଆସିବା ପରେ ପୋଲିସ ଗୋଶାଳାର ସଞ୍ଚାଳିକା ନିର୍ମଳାଙ୍କ ନାଁରେ ମାମଲା ରୁଜୁ କରିଥିଲା । ଅନ୍ୟପଟେ ପ୍ରଶାସନ ଗୋଶାଳା ପରିଚାଳନା ଭାର ନିଜ ହାତକୁ ନେଇଛି । ନିର୍ମଳା ୨୦ ବର୍ଷ ଧରି ଗୋଶାଳା ପରିଚାଳନା କରି ଆସୁଥିଲେ । ସଂଖ୍ୟାଧିକ ଗାଈଙ୍କ ମୃତ୍ୟୁ ପରେ ତଦନ୍ତ ଆରମ୍ଭ ହୋଇଥିବା ବେଳେ ବୈରସିୟା ଏସଡିଏମଙ୍କୁ ୨ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।

Leave a Reply