କାବୁଲ ବିମାନ ବନ୍ଦରରେ ଦଳାଚକଟା, ୭ ଆଫଗାନୀ ମୃତ

କାବୁଲ: ଆଫଗାନିସ୍ତାନ ରାଜଧାନୀ କାବୁଲ ବିମାନ ବନ୍ଦରରେ ସ୍ଥିତି ଦିନତକୁ ଦିନ ଆହୁରି ହେଉଛି ଗମ୍ଭୀର ହେବାରେ ଲାଗିଛି। ପ୍ରବଳ ଜନଗହଳି ସହ ଦଳାଚକଟା ଯୋଗୁ ୭ଜଣ ଆଫଗାନ ନାଗରିକ ପ୍ରାଣ ହରାଇଛନ୍ତି। ଏନେଇ ସୂଚନା ଦେଇଛି ବ୍ରିଟିଶ ପ୍ରତିରକ୍ଷା ବିଭାଗ।

ପ୍ରବଳ ଭିଡକୁ ନେଇ ଗୁଳିମାଡ ପରେ ଲୋକମାନେ ଇତସ୍ତତଃ ଦୌଡି ଥିଲେ । ଫଳରେ ଦଳାଚକଟା ଯୋଗୁ ୭ ଜଣଙ୍କ ମୃତ୍ୟୁ ଘଟିଥିଲା ବୋଲି କହିଛି ପ୍ରତିରକ୍ଷା ବିଭାଗ। ଗତ ଏକ ସପ୍ତାହ ଧରି କାବୁଲ ବିମାନ ବନ୍ଦରରେ ହଜାର ହଜାର ଲୋକଙ୍କ ଭିଡ ଲାଗି ରହିଛି। ଉପଯୁକ୍ତ ସଂଖ୍ୟକ ବିମାନ ନଥିବାରୁ ଅନେକ ଲୋକଙ୍କୁ ଉଦ୍ଧାର କରାଯାଇପାରିନାହିଁ।

ସେପଟେ ଆଜି ପ୍ରବଳ ଭିଡ ଯୋଗୁ ସେଠାରେ ଦଳାଚକଟା ହୋଇଥିଲା। ଏଥିରେ ୭ ଜଣ ପ୍ରାଣ ହରାଇଥିଲେ। ବିମାନ ବନ୍ଦରରେ ଖାଇବାକୁ ପିଇବାକୁ ନପାଇ ଅନେକ ଶିଶୁଙ୍କ ସମେତ ଲୋକମାନେ ହାହାକାର ଅବସ୍ଥାରେ ରହିଛନ୍ତି । ବିପନ୍ନଙ୍କୁ ଉଦ୍ଧାର ଲାଗି ୨୫ରୁ ଅଧିକ ବିମାନ ମୁତୟନ ରହିଛି ।

Leave a Reply