spot_img

Latest Posts

ପଶ୍ଚିମବଙ୍ଗର ଦାର୍ଜିଲିଂରେ ପ୍ରବଳ ବର୍ଷା ଓ ଭୂସ୍ଖଳନ, ୧୪ ମୃତ

ନନ୍ଦିଘୋଷ ବ୍ୟୁରୋ : ପଶ୍ଚିମବଂଗରେ ପ୍ରବଳ ବର୍ଷାରୁ ଭୂସ୍କଳନ। ଦାର୍ଜିଲିଂରେ ଭୂସ୍ଖଳରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଧସିଗଲା ଲୁହା ନିର୍ମିତ ଡୁଡିଆ ବ୍ରିଜ। ବ୍ରିଜ ଧସି ଅତି କମରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ରାତିସାରା ଲଗାଣ ବର୍ଷାରୁ ପଶ୍ଚିମବଂଗର ଉତ୍ତର ପାର୍ଶ୍ଵରେ ଗମ୍ଭୀର ପରିସ୍ଥିତି ସୃଷ୍ଟି ହୋଇଛି। ଦାର୍ଜିଲିଂର ମିରିକ ଏବଂ ସୁଖିଆ ଅଂଚଳରେ ଭୂସ୍ଖଳନରୁ ଏ ଅଘଟଣ ଘଟିଥିଲା। ଦାର୍ଜିଲିଂ ଜିଲ୍ଲା ପୋଲିସ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମୃତ୍ୟୁ ସଂଖ୍ୟା ଆହୁରିୁ ଅଧିକ ହେବା ଆଶଂକା କରାଯାଉଛି।

ବର୍ଷା ଓ ଭୂସ୍ଖଳନ ଯୋଗୁଁ ପଶ୍ଚିମବଙ୍ଗ ଏବଂ ସିକିମ ମଧ୍ୟରେ ସଡ଼କ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଦାର୍ଜିଲିଂ ଏବଂ ସିଲିଗୁଡ଼ି ମଧ୍ୟରେ ମୁଖ୍ୟ ରାସ୍ତା ଅବରୋଧ ହୋଇଛି। ଜଳପାଇଗୁଡ଼ି, ସିଲିଗୁଡ଼ି ଏବଂ କୁଚବିହାରକୁ ମଧ୍ୟ ଗାଡି ଚଳାଚଳ ହୋଇପାରୁନି। ଅନେକ ଅଞ୍ଚଳ ଜଳବନ୍ଦୀ ହୋଇଯାଇଛି। ଜାତୀୟ ରାଜପଥ ୧୦ର ବିଭିନ୍ନ ସ୍ଥାନରେ ମାଟି ଧସି ରାସ୍ତା ଅବରୋଧ ହୋଇଛି। ତିସ୍ତା ନଦୀରେ ବନ୍ୟା ଆସିବାରୁ କାଲିମପଙ୍ଗରୁ ତିସ୍ତା ବଜାର ଦେଇ ଦାର୍ଜିଲିଂ ଯିବା ରାସ୍ତା ବନ୍ଦ ହୋଇଯାଇଛି।

କରୋନେସନ୍ ସେତୁ ଦେଇ ସିକିମ୍ ଏବଂ ଦାର୍ଜିଲିଂ ପାହାଡ଼କୁ ଯୋଗାଯୋଗ ବନ୍ଦ ହୋଇଯାଇଛି। ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ, ଗୋର୍ଖାଲ୍ୟାଣ୍ଡ ଆଞ୍ଚଳିକ ପ୍ରଶାସନ GTA ଦାର୍ଜିଲିଂରେ ଟାଇଗର ହିଲ୍ ଏବଂ ରକ୍ ଗାର୍ଡେନ୍ ସମେତ ପର୍ଯ୍ୟଟନ ସ୍ଥଳଗୁଡ଼ିକୁ ବନ୍ଦ କରିଦିଆଯାଇଛି। ଦାର୍ଜିଲିଂରେ ଟଏ ଟ୍ରେନ ଚଳାଚଳ ମଧ୍ୟ ବନ୍ଦ ରଖାଯାଇଛି। ଉଦ୍ଧାର ଏବଂ ରିଲିଫ କାର୍ଯ୍ୟ ଜାରି ରହିଥିବା ବେଳେ କର୍ତ୍ତୃପକ୍ଷ ସ୍ଥାନୀୟ ଲୋକ ଏବଂ ପର୍ଯ୍ୟଟକଙ୍କୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି।

Latest Posts

Don't Miss