ଟଳିଲା ବଡ଼ ବିପଦ: ୭ଟି IED ଜବତ କଲା ବମ୍ ସ୍କ୍ୱାର୍ଡ
1 min read
ମାଲକାନଗିରି: ଟଳିଲା ବଡ଼ ବିପଦ । ମାଲକାନଗିରି ସ୍ୱାଭିମାନ ଅଞ୍ଚଳରୁ ଆଇଇଡି ଜବତ । ପଣସପୁଟ ପଞ୍ଚୟତର ତୁଟୁ ଗୁମି ନିକଟରେ ସକାଳୁ ପାଟ୍ରୋଲିଂ ବେଳେ ବିଏସଏଫ ଯବାନଙ୍କୁ ୭ ଟି ଆଇଇଡି ମିଳିଥିଲା ଯାହାକି ଯବାନମାନଙ୍କ ଉଦ୍ଦେଶ୍ୟରେ ଲଗାଯାଇଥିବା ଅନୁମାନ କରାଯାଉଛି । ବିଏସଏଫ ଯବାନ୍ ପାଟ୍ରୋଲିଂ ବେଳେ IED କୁ ଦେଖି ବମ୍ ସ୍କ୍ୱାର୍ଡଙ୍କୁ ଖବର ଦିଆଯାଇଥିଲା । ସେଠାରେ ସବୁ ଆଇଡିକୁ ନିଷ୍କ୍ରିୟ କରିଦିଆଯାଇଛି ।
ଗଞ୍ଜାମ ତପ୍ତପାଣି ଘାଟିରେ ଦୁର୍ଘଟଣା, ଓଲଟିଲା OJEE ପରୀକ୍ଷାର୍ଥୀଙ୍କୁ ନେଇ ଆସୁଥିବା ବସ୍