ଆଶ୍ୱସ୍ତିକର ଖବର: ସ୍ୱାସ୍ଥ୍ୟକର୍ମୀଙ୍କ ଠାରେ ୮୫ ପ୍ରତିଶତ ଆଣ୍ଟିବଡି ବିକଶିତ, ଶିଶୁଙ୍କୁ ନେଇ ମଧ୍ୟ ଆସିଲା ରିପୋର୍ଟ

ଭୁବନେଶ୍ୱର: ତୃତୀୟ ଲହର ପୂର୍ବରୁ ଓଡ଼ିଶା ପାଇଁ ଆସିଲା ଆଶ୍ୱସ୍ତିକର ଖବର । ରାଜ୍ୟରେ ସ୍ୱାସ୍ଥ୍ୟକର୍ମୀଙ୍କଠାରେ ୮୫ ପ୍ରତିଶତ ଆଣ୍ଟିବଡି ସୃଷ୍ଟି ହୋଇଛି । ତେବେ ତିନୋଟି ଜିଲ୍ଲାରେ ୭୦ ପ୍ରତିଶତ ଆଣ୍ଟିବଡି ସୃଷ୍ଟି ହୋଇଥିବା ତଥ୍ୟ ସାମ୍ନାକୁ ଆସିଛି । ଏହି ତିନୋଟି ଜିଲ୍ଲା ହେଉଛି ଗଞ୍ଜାମ, ରାୟଗଡା ଓ କୋରାପୁଟ । ଗଞ୍ଜାମରେ ୭୦.୯ ପ୍ରତିଶତ, ରାୟଗଡାରେ ୬୩ ପ୍ରତିଶତ ଓ କୋରାପୁଟରେ ୬୧. ୩ ପ୍ରତିଶତ ଆଣ୍ଟିବଡି ସୃଷ୍ଟି ହୋଇଛି । ସେହିଭଳି ଶିଶୁମାନଙ୍କ ଶରୀରରେ ରାଜ୍ୟରେ ସର୍ଭିଲାନ୍ସ ସର୍ଭେରେ ୬୫.୧୨ ପ୍ରତିଶତ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଛି । ୧ ହଜାର ୨୩୦ଟି ସାମ୍ପୁଲରେ ୩୧୧ ସ୍ୱାସ୍ଥ୍ୟକର୍ମୀଙ୍କ କ୍ଷେତ୍ରରେ ଏହି ରିପୋର୍ଟ ଆସିଛି । ଚତୁର୍ଥ ପର୍ୟ୍ୟାୟ ସେରୋ ସର୍ଭେରେ ଏଭଳି ତଥ୍ୟ ଆସିଛି । ସାରା ଦେଶରେ ଯେତେବେଳେ ୬୭ ପ୍ରତିଶତ ଆଣ୍ଟିବଡି ସୃଷ୍ଟି ହେଉଛି, ଓଡ଼ିଶାରେ ୮୫ ପ୍ରତିଶତ ଆଣ୍ଟିବଡି ସୃଷ୍ଟି ହେବା ଓ ଶିଶୁମାନଙ୍କ ଆଣ୍ଟିବଡି ଅଧିକ ସୃଷ୍ଟି ହେବା ତୃତୀୟ ଲହର ପୂର୍ବରୁ ଏକ ଆଶ୍ୱସ୍ତିକର ଖବର ଦେଇଛି । ଆରଏମଆରସି ପକ୍ଷରୁ କରାଯାଇଥିବା ସେରୋ ସର୍ଭେରୁ ଏହା ସ୍ପଷ୍ଟ ହୋଇଛି ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଜାରି: ଆଗାମୀ ୫ ଦିନ ଯାଏଁ ବର୍ଷା ସମ୍ଭାବନା

 

Leave a Reply