ଭୁବନେଶ୍ୱରବାସୀଙ୍କ ଶରୀରରେ କେତେ ବଢିଛି ଆଣ୍ଟିବଡି, ଆଜିଠୁ ୨ଦିନ ଧରି ହେବ ସେରୋ ସର୍ଭେ

ଭୁବନେଶ୍ୱର: ତୃତୀୟ ଲହରକୁ ମାତ୍ ଦେବାକୁ କେତେ ପ୍ରସ୍ତୁତ ରାଜଧାନୀବାସୀ। ଭୁବନେଶ୍ୱରବାସୀଙ୍କ ଶରୀରରେ କେତେ ବଢିଛି ଆଣ୍ଟିବଡି। ଆଜିଠୁ ୨ଦିନ ଧରି ଭୁବନେଶ୍ୱରରେ ହେବ ସେରୋ ସର୍ଭେ। ବିଏମସିର ୫ଟି ଓ୍ୱାର୍ଡରେ ସେରୋ ସର୍ଭେ କରାଯିବ। ଏନେଇ ଆଇସିଏମଆରରେ ଅନୁରୋଧ କ୍ରମେ ପ୍ରସ୍ତୁତ ହୋଇଛି ବିଏମସି। ବିଏମସିର ୩ଟି ଜୋନର ୮ନମ୍ବର ,୧୫ ନମ୍ବର, ୩୩୨ ନମ୍ବର, ୪୧ ନମ୍ବର ଓ ୬୩ ନମ୍ବର ଓ୍ୱାର୍ଡରେ ସର୍ଭେ କରାଯିବ।
ଏଥିପାଇଁ ୫ଟି ସ୍ୱତନ୍ତ୍ର ଟିମ୍ ଗଠନ ହୋଇଛ। ଶିଶୁଙ୍କ ସମେତ ବିଭିନ୍ନ ବର୍ଗର ବ୍ୟକ୍ତିଙ୍କର ସାମ୍ପୁଲ ସଂଗ୍ରହ କରାଯିବ। ପ୍ରତି ଓ୍ୱାର୍ଡରେ ୨୦୦ ଜଣଙ୍କ ନମୁନା ସଂଗ୍ରହ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ସେପଟେ ଗତ ୨୯ତାରିଖରେ ୧୨ଟି ଜିଲ୍ଲାରେ ସେରୋ ସର୍ଭେ ଆରମ୍ଭ ହୋଇଛି। ବିଶେଷକରି ଗ୍ରାମାଞ୍ଚଳ ଲୋକମାନଙ୍କ ଶରୀରରେ ରୋଗପ୍ରତିରୋଧକ ଶକ୍ତି କେତେ ବଢିଛି ତାହା ଜାଣିବା ପାଇଁ ପ୍ରାୟ ଅଧା ଓଡ଼ିଶାରେ ସର୍ଭେ କରାଯାଉଛି।