ମାଲକାନଗିରିରେ ସେରୋ ସର୍ଭେଲାନ୍ସ, ପ୍ରଥମେ ସଦର ମହକୁମା ପରେ ଗ୍ରାମାଞ୍ଚଳ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଅରମ୍ଭ ହେଲା ସେରୋ ସର୍ଭେଲାନ୍ସ । ଜିଲ୍ଲାରେ କେତେ ପ୍ରତିଶତ ଲୋକଙ୍କ ଶରୀରରେ କରୋନା ପ୍ରତିରୋଧକ ଶକ୍ତି ବଢିଛି, ଅର୍ଥାତ କେତେ ଲୋକଙ୍କର ଆଣ୍ଟିବଡି ଡେଭ୍ଲପ୍ ହୋଇଛି, ତାହା ଚେକ୍ କରାଯାଉଛି । ଆଜିଠାରୁ ୩ ଦିନ ଧରି ଏହି ସର୍ଭେ କରାଯିବ । ଏଥିପାଇଁ ଲୋକଙ୍କ ତାଲିକା ପ୍ରସ୍ତୁତ ହୋଇଛି ।
ଏହି ସର୍ଭେ ବର୍ତ୍ତମାନ କେବଳ ମାଲକାନଗିରି ଜିଲ୍ଲା ସଦର ମହକୁମାରେ କରାଯିବ । ପରେ ଗ୍ରାମାଞ୍ଚଳରେ ସର୍ଭେ କରାଯିବ । ପ୍ରଥମ ପର୍ଯ୍ୟାୟରେ ୧୫ ଶହ ଲୋକଙ୍କର ଟେଷ୍ଟ କରାଯିବ । ଏଥିପାଇଁ ୫ଟି ଟିମ୍ ଗଠନ କରାଯାଇଛି । ପ୍ରତ୍ୟେକ ଦିନ ୫୦୦ ରକ୍ତ ନମୁନା ସଂଗ୍ରହ କରାଯିବ । ଜିଲ୍ଲାପାଳ ଏନେଇ ସୂଚନା ଦେଇଛନ୍ତି ।
ତେବେ ଏହା ପୂର୍ବରୁ ଭୁବନେଶ୍ୱର, ପୁରୀ, ରାଉରକେଲା, ଗଜପତି ଗଞ୍ଜାମରେ ସେରୋ ସର୍ଭେଲାନ୍ସ ଟେଷ୍ଟ ହୋଇସାରିଛି । ଗଞ୍ଜାମ ଓ ଭୁବନେଶ୍ୱରରେ ଅଧିକାଂଶ ଲୋକଙ୍କର ଆଣ୍ଟିବଡି ସୃଷ୍ଟି ହୋଇସାରିଥିବା ସର୍ଭେରୁ ଜଣାପଡ଼ିଛି ।