ରାଜଧାନୀରେ ସିରିଜ ଲୁଟ୍, ଝରକା ଭାଙ୍ଗି ୨ଶହ ଗ୍ରାମର ସୁନା ଗହଣା ଲୁଟିନେଲେ

ଭୁବନେଶ୍ୱର: ଲକ୍ଷ୍ମୀସାଗର ଥାନା କେନାଲ ରାସ୍ତାରେ ସିରିଜ ଲୁଟ୍। ଝରକା ଭାଙ୍ଗି ଘରେ ପଶିଲେ, କଳା କନା ବୁଲାଇଲେ ଲୁଟେରା। କେନାଲ ରୋଡରେ ଥିବା ମିହିର ସାମଲଙ୍କ ଘରୁ ଲୁଟ ହୋଇଛି। ପ୍ରାୟ ୨ ଶହ ଗ୍ରାମର ସୁନା ଗହଣା ଓ ଟଙ୍କା ଲୁଟି ନେଇଛନ୍ତି ଲୁଟେରା। ମିହିରଙ୍କ ପଡୋଶୀ ଘରେ ମଧ୍ୟ ଲୁଟିଛନ୍ତି ଲୁଟେରା।

ଆଜି ଭୋର ସମୟରେ ଏଭଳି ଘଟଣା ଘଟିଛି। ଖବର ପାଇ ଘଟଣାସ୍ଥଳରେ କମିଶନରେଟ ପୋଲିସ ପହଞ୍ଚି ଛାନବିନ୍ କରୁଛି।