ରାତି ଅଧରେ ତାଲା ଭାଙ୍ଗି ଲୁଟିଲେ ଦୁର୍ବୃତ୍ତ

ଭୁବନେଶ୍ୱର: ଭୁବନେଶ୍ୱରରେ ସିରିଜ ଚୋରି । ଏୟାରଫିଲ୍ଡ ଥାନା ଠାରୁ ମାତ୍ର ୧୦୦ ମିଟର ଦୂରତା ଭିତରେ ହୋଇଛି ଏହି ଚୋରି । ମଧ୍ୟରାତ୍ରିରେ ୩ଟି ଦୋକାନରେ ତାଳା ଭାଙ୍ଗି ପଶିଥିଲେ ଚୋର ।

ତାପରେ ଦୋକାନରୁ ଚୋରୀ କଲେ ୩ କମ୍ପ୍ୟୁଟର । ପାଖରେ ଥିବା ଆଉ ଏକ ଇଲେକଟ୍ରୋନିକ ଦୋକାନରୁ ବି ବହୁ ଜିନିଷ ଚୋରୀ କରିନେଇଛନ୍ତି ଏହି ଚୋରମାନେ ।

ଦୋକାନରେ ସିସିଟିଭି ଲାଗିଥିଲେ ବି ଚୋରୀ କରିବା ପରେ ସିସିଟିଭିର ହାର୍ଡ ଡିସ୍କ୍ ବି କାଢି ନେଇଯାଇଛନ୍ତି ଚୋର ।

ଚୋରଙ୍କୁ ଧରିବା ପାଇଁ କୈାଣସି ପ୍ରମାଣ ଛାଡିନାହିଁ ଚୋର ଗ୍ୟାଙ୍ଗ । ତେବେ ଚୋରୀ କରିବା ଷ୍ଟାଇଲରୁ ଗୋଟିଏ କଥା ସ୍ପଷ୍ଟ ଯେ ଏହି ଗ୍ୟାଙ୍ଗର ଚୋର ବହୁ କୈାଶଳ କ୍ରମେ ଚୋରୀ କରିଥିଲେ ।

Leave a Reply