ଜାମ୍ମୁକାଶ୍ମୀରରେ ସିରିଜ ବିସ୍ଫୋରଣ; ୨ ଗୁରତର, ଏକାଧିକ ଗାଡ଼ି କ୍ଷତିଗ୍ରସ୍ତ

1 min read

ଜାମ୍ମୁ-କାଶ୍ମୀର: ପୁଣି ଜାମ୍ମୁକାଶ୍ମୀରରେ ବିସ୍ଫୋରଣ । ୮ ଘଣ୍ଟା ଭିତରେ ଜମ୍ମୁକାଶ୍ମୀରର ଉଧମପୁରରେ ସିରିଜ ବିସ୍ଫୋରଣ । ଆଜି ଭୋର ୫ଟା ବେଳେ ପାର୍କିଂରେ ଥିବା ବସ୍ ଭିତରେ ବିସ୍ଫୋରଣ ହୋଇଛି । ଘଟଣାରେ ୨ ଜଣ ଗୁରତର ହୋଇଥିବା ବେଳେ ଏକାଧିକ ଗାଡି କ୍ଷତିଗ୍ରସ୍ତ ହୋଇଛି । ସେହିପରି ଆଖପାଖରେ ଥିବା କିଛି ବସ୍‌ର କାଚ ମଧ୍ୟ ବିସ୍ଫୋରଣ ଯୋଗୁ ଭାଙ୍ଗି ଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ପୂରା ଅଞ୍ଚଳରେ ଛାନଭିନ ଜାରି ରଖିଛି । ଗତକାଲି ରାତିରେ ମଧ୍ୟ ଉଧମପୁରରର ଡମୋଲି ଛକ ପେଟ୍ରୋଲ ପମ୍ପରେ ଥିବା ବସରେ ହଠାତ ବିସ୍ଫୋରଣ ହୋଇଥିଲା । ଏଥିରେ ବସ କଣ୍ଡକ୍ଟର ଆହତ ହୋଇଥିଲେ । ତେବେ ବିସ୍ଫୋରଣର ପ୍ରକୃତ କାରଣ ଜଣାପଡିନାହିଁ । ଆତଙ୍କୀ ହମଲା ହୋଇଥିବା ସନ୍ଦେହ କରାଯାଉଛି ।