ସିରିଜ ଦୁର୍ଘଟଣା: ରାସ୍ତାରେ ଛିଡ଼ା ହୋଇଥିବା ଲୋକଙ୍କ ଉପରେ ମାଡ଼ିଗଲା କାର

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା କଟକ ପାରାଦ୍ୱୀପ ରାସ୍ତାର ମଣିଜଙ୍ଗାରେ ସିରିଜ ଦୁର୍ଘଟଣା । ରାସ୍ତା କଡ଼ରେ ଛିଡ଼ାହୋଇଥିବା ମାଡ଼ଗଲା କାର୍ । ଦୁଇ ଶିଶୁଙ୍କ ସମେତ ଜଣେ ମହିଳା ଓ ଜଣେ ପୁରୁଷ ଗୁରୁତର । ପ୍ରଥମେ ସମସ୍ତଙ୍କୁ ନିକଟସ୍ଥ ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଜଗତସିଂହପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ସୂଚନାଯୋଗ୍ୟ, କଟକରୁ ପାରାଦ୍ୱୀପ ଅଭିମୁଖେ ଯାଉଥିବା ଏକ କାର ମଣିଜଙ୍ଗାରେ ସାମ୍ନାରେ ଯାଉଥିବା ଅନ୍ୟ ଏକ କାରକୁ ପଛରୁ ଧକ୍କା ଦେଇଥଲା । ଏହି ସମୟରେ ପାରାଦ୍ୱୀପ ପଟୁ କଟକ ଅଭିମୁଖେ ଯାଉଥିବା ଅନ୍ୟ ଏକ କାର ଦୁର୍ଘଟଣାଗ୍ରସ୍ତ କାର ସହ ଧକ୍କା ହୋଇଥିଲା । ଏହାରି ଭିତରେ ମଣିଜଙ୍ଗା ଛକ ରାସ୍ତା କଡରେ ରହିଥିବା ଦୁଇଟି ବାଇକ ସ୍କୁଟି ଲୋକଙ୍କ ଉପରକୁ ମାଡି ଯାଇଥିଲା ।

ଦୁର୍ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ସ୍ଥାନୀୟ ଲୋକେ ମଣିଜଙ୍ଗାଠାରେ ରାସ୍ତାରୋକ କରିଛନ୍ତି । ଫଳରେ କଟକ ପାରାଦୀପ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡ଼ି ଅଟକି ରହିଛି । ତିର୍ତ୍ତୋଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରୁଛି ।