ବରମୁଣ୍ଡା ଓଭରବ୍ରିଜରେ ସିରିଜ ଦୁର୍ଘଟଣା

ଭୁବନେଶ୍ୱର: ବରମୁଣ୍ଡା ଓଭରବ୍ରିଜରେ ସିରିଜ ଦୁର୍ଘଟଣା । ଏକ ସ୍କୁଟିକୁ ଏକ କାର ଧକ୍କା ଦେବା ଫଳରେ ଛିଟିକି ପଡ଼ି ସ୍କୁଟିଚାଳକ ହୋଇଛନ୍ତି ଗୁରୁତର । ସେପଟେ ଏହି ଘଟଣାକୁ ଦେଖି ଜାତୀୟ ରାଜପଥ ସଫେଇ କରୁଥିବା ଏକ ଗାଡି ବ୍ରେକ ମାରିବାରୁ ପଛରେ ଆସୁଥିବା ଏକ ଟ୍ରକ ସଫେଇ ଗାଡିକୁ ଧକ୍କା ଦେବା ସହ ଏକ ବାଇକକୁ ଧକ୍କା ଦେଇଥିଲା । ଏହି ସିରିଜ ଦୁର୍ଘଟଣାରେ ୫ ଜଣ ଆହତ ହୋଇଛନ୍ତି । ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହ ଟ୍ରାଫିକ ପରିଚାଳନା କରିଥିଲେ । କିଛି ସମୟ ପରେ ରାଜପଥରେ ଯାନବାହନ ଚଳାଚଳ ସ୍ବାଭାବିକ ହୋଇଥିଲା ।