ଦୁର୍ଘଟଣା ଦେଖିବାକୁ ଯାଇ ଦୁର୍ଘଟଣାର ଶିକାର, ଅହମ୍ମଦାବାଦର ଇସ୍କନ ବ୍ରିଜ୍ ଉପରେ ସିରିଜ୍ ଦୁର୍ଘଟଣା

ଅହମ୍ମଦାବାଦ: ଦୁର୍ଘଟଣା ଦେଖିବାକୁ ଯାଇ ଦୁର୍ଘଟଣାର ଶିକାର । ଗୁଜରାଟ ଅହମ୍ମଦାବାଦର ଇସ୍କନ ବ୍ରିଜ୍ ଉପରେ ସିରିଜ୍ ଦୁର୍ଘଟଣା । ପ୍ରଥମେ ଏକ ଥର୍‌ ଓ ଡମ୍ପର ମଧ୍ୟରେ ଧକ୍କା ହୋଇଥିଲା ।  ସ୍ଥାନୀୟ ଲୋକ ଓ ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ କାର୍‌ ଲୋକଙ୍କ ଉପରେ ଚଢ଼ିଗଲା । ଫଳରେ ଘଟଣା ସ୍ଥଳରେ ହିଁ ୯ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୨ ଜଣ ପୋଲିସ ରହିଛନ୍ତି । ଜଣେ କନଷ୍ଟେବଳ ଓ ଅନ୍ୟଜଣେ ହୋମଗାର୍ଡ ରହିଛନ୍ତି । ଅନ୍ୟ ମୃତକଙ୍କ ମଧ୍ୟରେ ବୋଟାଦ ଓ ସରେନ୍ଦ୍ରନଗରର କିଛି ଯୁବକ ବି ରହିଛନ୍ତି ।

ସୂଚନା ଅନୁସାରେ ଲୋକଙ୍କ ଉପରେ ଚଢ଼ିଯାଇଥିବା କାର୍‌ ୧୬୦ କିଲୋମିଟର ସ୍ପିଡରେ ଆସୁଥିଲା । ବିଳମ୍ବିତ ରାତିରେ ଏସଜି ହାଇୱେରେ ଏପରି ଘଟଣା ଖୁବ୍‌ ଚର୍ଚ୍ଚାରେ ରହିଛି । କାର କେଉଁଠୁ ଆସୁଥିଲା ? କାହା ଗାଡ଼ି ? କିଏ ଡ୍ରାଇଭ କରୁଥିଲା, ସେସବୁର ତଦନ୍ତ ଚାଲିଛି ।