ଅବସର ନେବେ ଟେନିସ କିମ୍ବନ୍ଦନ୍ତୀ ସେରେନା ୱିଲିୟମ୍ସ

ନନ୍ଦିଘୋଷ ବ୍ୟୁରୋ: ବିଶ୍ୱର ଚର୍ଚ୍ଚିତ ଟେନିସ୍ କିମ୍ବନ୍ଦନ୍ତୀ ଆମେରିକାର ସେରେନା ୱିଲିୟମ୍ସ  ୟୁଏସ୍ ଓପନ ପରେ ସନ୍ୟାସ ଘୋଷଣା କରିପାରନ୍ତି । ୪୦ ବର୍ଷୀୟା ସେରେନା ଏକ ମାଗାଜିନକୁ ସାକ୍ଷାତକାରେ ଅବସର ନେବା କଥା ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି, ଜୀବନରେ ଏପରି ସମୟ ଆସିଥାଏ ଯେତେବେଳେ ଆମକୁ ଏକ ଭିନ୍ନ ଦିଗରେ ଆଗକୁ ବଢ଼ିବାର ନିଷ୍ପତ୍ତି ନେବାକୁ ପଡ଼ିଥାଏ ।

ଅବଶ୍ୟ ସେରେନା ଖୁଲାସା କରିନାହାନ୍ତି ଯେ କେବେ ସେ ଅଧିକାରିକ ଭାବେ ଘୋଷଣା କରିବେ । କିନ୍ତୁ ତାଙ୍କ ସାକ୍ଷାତକାରରୁ ଅନୁମାନ କରାଯାଉଛି ଯେ ସେ ୟୁଏସ୍ ଓପନ ପରେ ଟେନିସରୁ ସନ୍ୟାସ ନେବେ । ଖବର ସରବରାହ ସଂସ୍ଥା ରିଉଟର୍ସ ମଧ୍ୟ ସୂଚନା ଦେଇଛି ଯେ, ଚଳିତ ମାସ ଶେଷରେ ଆରମ୍ଭ ହେବାକୁ ଥିବା ଆମେରିକୀୟ ଓପନ ପରେ ଟେନିସକୁ ଅଲବିଦା କହିବାକୁ ଯାଉଛନ୍ତି ସେରେନା । ୨୩ ଥର ଗ୍ରାଣ୍ଡସ୍ଲାମ ଚମ୍ପିଆନଙ୍କ ଅବସର ସଙ୍କେତ ସମସ୍ତଙ୍କୁ ଚକିତ କରିଛି । ୧୯୯୯ ମସିହାରୁ ସେ ୟୁଏସ୍ ଓଫନରେ ଖେଳିଆସୁଛନ୍ତି ।