ସେୟାର ବଜାରରେ ପ୍ରବଳ ଉତ୍ସାହ, ୪୧ ହଜାର ଟପିଲା ସୂଚକାଙ୍କ

1 min read
Stock Market Sensex Down 650 Points Nifty Breaches 11000 All Sectors In The Red

ମୁମ୍ବାଇ : ମଙ୍ଗଳବାର ସକାଳୁ ସକାଳୁ ସେୟାର ବଜାରରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି । ସେନସେକ୍ସରେ ସର୍ବକାଳୀନ ରେକର୍ଡ ହୋଇଛି । କାରବାର ଆରମ୍ଭରୁ ୨ ଶହ ପଏଣ୍ଟ ବୃଦ୍ଧି ପାଇ ୪୧ ହଜାର ୧୦୦ ଟପିଛି ସୂଚକାଙ୍କ । ୧୨,୧୨୬ ପଏଣ୍ଟରେ ପହଞ୍ଚିଛି  ନିଫଟି । ଗତକାଲିଠାରୁ ସେୟାର ବଜାରରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି । ବ୍ୟାଙ୍କିଂ ଓ ଫ୍ୟୁଚର ଇନଭେଷ୍ଟମେଣ୍ଟରେ ଅଧିକ ନିବେଶ ଦେଖିବାକୁ ମିଳିଛି ।

https://nandighoshatv.comsensex-soars-record-high/

ଗତକାଲି ମଧ୍ୟ ସେୟାର ମାର୍କେଟରେ ଭଲ ବୃଦ୍ଧି ଘଟିଥିଲା । ୫୩୦ ପଏଣ୍ଟ ବୃଦ୍ଧି ପାଇ ୪୦ ହଜାର ୮୮୯ରେ ବନ୍ଦ ହୋଇଥିଲା ବଜାର। ଗତକାଲି ମଧ୍ୟ କାରବାର ଆରମ୍ଭରୁ ମାର୍କେଟରେ ଉତ୍ସାହ ଦେଖିବାକୁ ମିଳିଥିଲା । ଦିପହରରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ) ସେନସେକ୍ସ ୪୦,୯୩୧.୭୧ ସହ ଅଲ ଟାଇମ୍ ହାଇ ରେକର୍ଡ କରିଥିଲା । ଯାହା ସେନସେକ୍ସ ଇତିହାସରେ ପ୍ରଥମ ଘଟଣାଥିଲା । ତେବେ ଆଜି ଏହା ୪୧ ହଜାର ଟପିଛି । ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ) ୧୬୪.୬୦ ପଏଣ୍ଟ ସହ ୧୨,୦୭୯ରେ ଗତକାଲି ବନ୍ଦ ହୋଇଥିଲା ।

Leave a Reply