ଭାରତୀୟ ଷ୍ଟକ ମାର୍କେଟରେ ରେକର୍ଡ, ୫୫ ହଜାର ପାର୍ କଲା ସୂଚକାଙ୍କ

ମୁମ୍ବାଇ: ଆଜି ସେନସେକ୍ସ ଛୁଇଁଛି ୫୫ ହଜାର ଛୁଇଁଛି । ଯାହା ଫଳରେ ଷ୍ଟକ ମାର୍କେଟରେ ଉତ୍ସାହ ଦେଖିବାକୁ ମିଳିଛି। ସେପଟେ ନିଫ୍ଟି ବି ପାର୍ ହୋଇଛି ୧୬ ହଜାର ୪୦୦ ।

ବିଏସଇ ଓ ନିଫ୍ଟିରେ ଏହି ଉଲ୍ଲେଖନୀୟ ବୃଦ୍ଧି ଯୋଗୁ ନିବେଶକଙ୍କ ମଧ୍ୟରେ ଉତ୍ସାହ ଖେଳିଛି । ଆଜି ଷ୍ଟକମାର୍କେଟ ଖୋଲିବା ମାତ୍ରେ ବଡ ବଡ କମ୍ପାନୀଙ୍କ ସେୟାର କିଣାବିକା ଜୋର ଧରିଥିଲା । ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁସାରେ ଜଗତ ଜୁନରେ ଖୁଚୁରା ମୁଦ୍ରାସ୍ଫୀତି ୬.୨୬ ପ୍ରତିଶତ ଥିବାବେଳେ ଜୁଲାଇରେ ଏହି ହାର ୫.୫୯ ପ୍ରତିଶତକୁ ଖସିଥିଲା ।

ଏହାର ଫଳସ୍ୱରୂପ ଷ୍ଟକ ବଜାରରେ ସୂଚକାଙ୍କ ବୃଦ୍ଧି ପରିଲକ୍ଷିତ ହୋଇଛି । କରୋନା ସଂକଟ ସତ୍ୱେ ଷ୍ଟକ ମାର୍କେଟର ଏହି ଅଭିବୃଦ୍ଧି ଅର୍ଥନୀତି ଲାଗି ଶୁଭ ସୂଚନା ପ୍ରଦାନ କରିଛି । ଆଜି ବିଭିନ୍ନ ବ୍ୟାଙ୍କ ସମେତ ଷ୍ଟିଲ, ମେଡିସିନ, ମୋବାଇଲ ସେବାପ୍ରଦାନକାରୀ କମ୍ପାନୀଙ୍କ ସେୟାର ଅଧିକ କିଣାବିକା ହୋଇଥିବା ସୂଚନା ମିଳିଛି ।

Leave a Reply