ନନ୍ଦିଘୋଷ ବ୍ୟୁରୋ : ରାଜଧାନୀରେ ଚାଞ୍ଚଲ୍ୟ । ପୁରୁଣା ପ୍ରେମ ବିଷୟରେ ଜାଣିବାରୁ ପୁରୁଣା ପ୍ରେମିକା ସହ ମିଶି ନୂଆ ପ୍ରେମିକକୁ ହତ୍ୟା । ଚନ୍ଦ୍ରଶେଖରପୁର ଥାନା ନୀଳାଦ୍ରି ବିହାର ମଙ୍ଗଳା ମନ୍ଦିର ନିକଟ ଭଡାଘରେ ଏଭଳି ହତ୍ୟାକାଣ୍ଡ ଦେଖିବାକୁ ମିଳିଛି । ମୃତକଙ୍କ ତଣ୍ଟି କାଟି ହତ୍ୟା କରାଯାଇଛି । ମୃତକ ଜଣଙ୍କ ହେଲେ ସତ୍ୟବ୍ରତ ପ୍ରଧାନ । ମୃତକଙ୍କ ଘର ବ୍ରହ୍ମଗିରିରେ ବୋଲି ଜଣାପଡିଛି । ଅଭିଯୁକ୍ତ ଦୁଇ ଜଣ ହେଲେ ଦିନେଶ କାଣ୍ଡି ଓ ଲିଜା ଭୋଇ । ହତ୍ୟାକାଣ୍ଡ ସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ଛାନବିନ ଚଳାଇଛି । ଚନ୍ଦ୍ରଶେଖରପୁର ଥାନା ପୋଲିସ ପାରିପାର୍ଶ୍ବିକ ପରିସ୍ଥିତି ଯାଞ୍ଚ କରିଛି । ମୃତ ସତ୍ୟବ୍ରତ ଜଣେ ଟ୍ୟାକ୍ସି ଡ୍ରାଇଭର ଥିଲେ । ଆଜି ସକାଳୁ ଶିଶୁଭବନ ଛକରେ ଘଟିଥିବା ଦୁର୍ଘଟଣା କେସରେ ମଧ୍ୟ ଏ କେସର ଲିଙ୍କ ରହିଛି । ମୃତ ସତ୍ୟବ୍ରତ ଚଳାଉଥିବା ଗାଡିଟି ଦୁର୍ଘଟଣାଗସ୍ତ ହୋଇଛି । ଗାଡି ମାଲିକ ହତ୍ୟାକାଣ୍ଡ ସମ୍ପର୍କରେ ଜାଣିପାରି ତରବରିଆ ଭାବେ ଗାଡି ନେଇଯାଉଥିବା ବେଳେ ଦୁର୍ଘଟଣା ଘଟିଛି ।

