କରୋନାରେ ଚାଲିଗଲେ ବରିଷ୍ଠ ସାମ୍ୱାଦିକ ପ୍ରୀତିମାନ : ଶୋକବ୍ୟକ୍ତ କଲେ ମାନସ ମଙ୍ଗରାଜ

1 min read

ଭୁବନେଶ୍ୱର:  ଆଉ ଜଣେ ସାମ୍ବାଦିକଙ୍କ ଜୀବନ ନେଲା କରୋନା । ସାମ୍ବାଦିକ ପ୍ରୀତିମାନ ମହାପାତ୍ରଙ୍କ ମୃତ୍ୟୁ । ଟାଇମ୍ସ ଅଫ୍ ଇଣ୍ଡିଆ ଖବରକାଗଜରେ କାର୍ଯ୍ୟରତ ଥିଲେ ପ୍ରୀତିମାନ । କରୋନାରେ ଆକ୍ରାନ୍ତ ହୋଇ ସେ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଥିଲେ ଚିକିତ୍ସାଧୀନ । ପ୍ରୀତିମାନଙ୍କ ପତ୍ନୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ପ୍ରୀତିମାନଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ । କରୋନାରେ ଜଣେ ଭଲ ବନ୍ଧୁଙ୍କୁ ହରାଇଲି ବୋଲି ଟ୍ବିଟ କରି କହିଛନ୍ତି ମାନସ । ତେବେ ବର୍ତ୍ତମାନ ସୁଦ୍ଧା ୧୨ ଜଣ ସାମ୍ବାଦିକଙ୍କ ଜୀବନ ନେଲାଣି କରୋନା ।

ସୂଚନା ଯୋଗ୍ୟ ଯେ, ଗତକାଲି ମଧ୍ୟ ଜଣେ ବରିଷ୍ଠ ସାମ୍ୱାଦିକଙ୍କ ଦେହାନ୍ତ ହୋଇଛି । ପଶ୍ଚିମଓଡ଼ିଶା  ପ୍ରତିଷ୍ଠିତ ସାମ୍ୱାଦିକ ଦେବେନ୍ଦ୍ର ସାମନ୍ତରାୟଙ୍କ ଶୁକ୍ରବାର କରୋନାରେ ପରଲୋକ ଘଟିଛି । ସେ ଗତ କିିଛି ଦିନ ତଳେ କରୋନାରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା ।  ପଶ୍ଚିମ ଓଡ଼ିଶାରେ ଦୀର୍ଘବର୍ଷ ଧରି ସାମ୍ବାଦିକତା କରିଆସୁଥିଲେ ।

ଏଥିସହିତ ପଢ଼ନ୍ତୁ: କୋଭିଡ ପଜିଟିଭ୍ ପରେ ହୃଦଘାତରେ ବରିଷ୍ଠ ସାମ୍ବାଦିକ ରୋହିତ ସରଦାନାଙ୍କ ଦେହାନ୍ତ

Leave a Reply