spot_img

Latest Posts

ବିଜେଡିରେ ସାମିଲ ହେଲେ ମୟୂରଭଞ୍ଜର ବିଭିନ୍ନ ଦଳର ବରିଷ୍ଠ ନେତା

ଭୁବନେଶ୍ୱର: ବିଜେଡିର ମିଶ୍ରଣ ପର୍ବ। ଦଳରେ ସାମିଲ ହେଲେ ମୟୂରଭଞ୍ଜର ବିଭିନ୍ନ ଦଳର ବରିଷ୍ଠ ନେତା। ବିଜେଡି କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ମୟୂରଭଞ୍ଜ କରଞ୍ଜିଆ ଏନ ଏ ସିର ବିଜେପି ଓ କଂଗ୍ରେସର ଶତାଧିକ କର୍ମୀ ଦଳରେ ସାମିଲ ହୋଇଛନ୍ତି। ସ୍ଥାନୀୟ ନେତା ଗିରିଧାରୀ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଏମାନେ ସମସ୍ତେ ବିଜେଡିରେ ଯୋଗ ଦେଇଛନ୍ତି। ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଓ ଆଳି ବିଧାୟକ ପ୍ରତାପ ଦେବଙ୍କ ଉପସ୍ଥିତିରେ ଏମାନେ ଦଳରେ ସାମିଲ ହୋଇଛନ୍ତି।

ଏହି ଅବସରରେ କରଞ୍ଜିଆ ବିଧାୟକ ବାସନ୍ତି ହେମ୍ବ୍ରମ, ମୋରୋଡା ବିଧାୟକ ରାଜକିଶୋର ଦାସ, ବିଧାୟକ ବ୍ୟୋମେକେଶ ରାୟ, କରଞ୍ଜିଆର ପୂର୍ବତନ ବିଧାୟକ ବିଜୟ କୁମାର ନାୟକ ଉପସ୍ଥିତ ରହି ସ୍ୱାଗତ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଛ ଶାସନ ଓ ଉନ୍ନତିମୂଳକ କାର୍ଯ୍ୟକୁ ସମର୍ଥନ କରି ଏହି ନେତାମାନେ ବିଜେଡିରେ ସାମିଲ ହେବାକୁ ଇଛା ପ୍ରକାଶ କରିଛନ୍ତି ବୋଲି ଦଳ ପକ୍ଷରୁ କୁହାଯାଇଛି। ସମସ୍ତେ ବନ୍ଦେ ଉତ୍କଳ ଜନନୀ ଗାନ କରିବା ପରେ ବିଜେଡିରେ ସାମିଲ ହୋଇଥିଲେ।

Latest Posts

Don't Miss