ମମିତା ମୃତ୍ୟୁ ମାମଲାକୁ ନେଇ ସାଂଘାତିକ ଖୁଲାସା କଲେ ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ

Senior Leader Damodar Rout Slams BJP Over Mamita Meher Case

ଭୁବନେଶ୍ୱର: ମହାଲିଙ୍ଗ ମମିତା ହତ୍ୟା ଘଟଣାକୁ ନିନ୍ଦା କରିଛନ୍ତି ବରିଷ୍ଠ ନେତା ଦାମୋଦର ରାଉତ । ଏହି ଘଟଣାକୁ ନେଇ କୌଣସି ବ୍ୟକ୍ତି କିମ୍ବା ଦଳ ନୁହଁନ୍ତି ସମସ୍ତ ରାଜ୍ୟବାସୀ ଲଜ୍ଜିତ ବୋଲି କହିଛନ୍ତି ଦାମ । ପୋଲିସ ତଦନ୍ତ ପରେ ଘଟଣାରେ ସଂଶ୍ଲିଷ୍ଟ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ବିରୋଧୀ ବିଶେଷ କରି ବିଜେପି ଏହାକୁ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରୁଛି, କିଛି ଆନ୍ତରିକତା ନାହିଁ ।

ଆଇନ୍ ଶୃଙ୍ଖଳା ରାଜ୍ୟର ବିଷୟ । ଏଥିପାଇଁ ରାଜ୍ୟରେ ପୋଲିସ ରହିଛି । ସିବିଆଇ କେନ୍ଦ୍ରୀୟ ସଂସ୍ଥା । ବିଜେପି ନେତା କହୁଛନ୍ତି ସିବିଆଇ ତଦନ୍ତ ହେଉ । ଯଦି ରାଜ୍ୟ ପୋଲିସ ଉପରେ ବିଜେପିର ବିଶ୍ୱାସ ନାହିଁ, ତାହେଲେ ସିବିଆଇ ଆସିଲେ ବିଜେପି ଦ୍ୱାରା ପ୍ରଭାବିତ ହୋଇ ରାଜ୍ୟ ସରକାରଙ୍କୁ ବଦନାମ କରିବା ପାଇଁ କିଛି କରିପାରନ୍ତି । ମୁଖ୍ୟମନ୍ତ୍ରୀ ସବୁକିଛି ଉପରେ ନଜର ରଖିଛନ୍ତି । ତଦନ୍ତ ସରିଲେ ନବୀନ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି ଦାମ ।

Senior Leader Damodar Rout Slams BJP Over Mamita Meher Case

ବିଜେପି ଓ କଂଗ୍ରେସ ମମିତା ମେହେରଙ୍କୁ ନ୍ୟାୟ ଦେବା ପାଇଁ କିଛି କରୁନାହାଁନ୍ତି, ଯାହା କରୁଛନ୍ତି ରାଜନୀତି ପାଇଁ । ମମିତାଙ୍କୁ ହତ୍ୟା କରି ଗୋବିନ୍ଦ ଓ ଅନ୍ୟାମାନେ ପୋତିଛନ୍ତି । ମନ୍ତ୍ରୀଙ୍କର ସମ୍ପୃକ୍ତି ନେଇ କୌଣସି ପ୍ରମାଣ ନାହିଁ । ବିରୋଧୀ ଖାଲି ତୁଚ୍ଛାରେ ଡେଉଁଛନ୍ତି । ତଥ୍ୟ ଓ ସାକ୍ଷ୍ୟ ପ୍ରମାଣ ଥିଲେ ଦେବାକୁ କହିଛନ୍ତି ଦାମୋଦର ରାଉତ । କେବଳ ରାଜନୈତିକ ଫାଇଦା ପାଇଁ ବିରୋଧୀ କଂଗ୍ରେସ ଓ ବିଜେପି ଏଭଳି କରୁଥିବା ଦାମ କହିଛନ୍ତି ।

ମମିତାଙ୍କୁ ନ୍ୟାୟ ଦେବାକୁ ବିରୋଧୀଙ୍କ ଆନ୍ତରିକତା ନାହିଁ । ବିଜେପିର ଆଭିମୁଖ୍ୟ ହେଉଛି, ଏହି ଘଟଣାକୁ ଆଳ କରି ରାଜନୈତିକ ଫାଇଦା ଉଠାଇବା । ବିଜେପି ଅଧ୍ୟକ୍ଷ ଯଦି ଏଠାକୁ କମିଟି ପଠାଉଛନ୍ତି, ୟୁପି ଲକ୍ଷ୍ମୀପୁର ଖେରିକୁ କାହିଁକି ନୁହେଁ ବୋଲି ପ୍ରଶ୍ନ କରିଛନ୍ତି ଦାମ । ବାରମ୍ବାର ମମିତାଙ୍କ ଘରକୁ ଯାଇ ବିଜେପି ଡ୍ରାମ କରୁଥିବା ବେଳେ ପରିବାର ଲୋକ କଷ୍ଟ ପାଉଛନ୍ତି । ଏସବୁକୁ ନାପସନ୍ଦ କରିଛନ୍ତି ବରିଷ୍ଠ ନେତା ଦାମୋଦର ରାଉତ ।

Leave a Reply