spot_img

Latest Posts

ଆଞ୍ଚଳିକ ଦଳ ଗଠନକୁ ବିଜୟ ମହାପାତ୍ରଙ୍କ ନା, କହିଲେ- କାହାରି ସହ କରିନି ଆଲୋଚନା କି କେହି ମୋ ସହ କରି ନାହାଁନ୍ତି ମନ୍ତ୍ରଣା

ଆଞ୍ଚଳିକ ଦଳ ଗଠନକୁ ବିଜୟ ମହାପାତ୍ରଙ୍କ ନା, କହିଲେ- କାହାରି ସହ କରିନି ଆଲୋଚନା କି କେହି ମୋ ସହ କରି ନାହାଁନ୍ତି ମନ୍ତ୍ରଣା

ନନ୍ଦିଘୋଷ ବ୍ୟୁରୋ: କଂଗ୍ରେସରୁ ବହିଷ୍କୃତ ନେତା ମହମ୍ମଦ ମୋକିମ ଓ ବରିଷ୍ଠ ରାଜନେତା ବିଜୟ ମହାପାତ୍ରଙ୍କ ଭେଟଘାଟ ପରେ ଏବେ ରାଜ୍ୟ ରାଜନୀତିରେ ନୂଆ ଅଙ୍କକଷା ନେଇ ଚର୍ଚ୍ଚା ଚାଲିଛି । ରାଜ୍ୟରେ ଆଉ ଏକ ଆଞ୍ଚଳିକ ଦଳ ମୁଣ୍ଡ ଟେକି ପାରେ ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ଏଥିରେ ବର୍ତ୍ତମାନ ଲାଗି ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ନିଜେ ବିଜୟ ମହାପାତ୍ର । ଓଡିଶାରେ ନୂଆ ଆଂଚଳିକ ଦଳ ନେଇ କୌଣସି ଆଲୋଚନା କରିନାହିଁ କି ନିକଟ ଭବିଷ୍ୟତରେ ମଧ୍ୟ ଏହା ହେବାର ସମ୍ଭାବନା ନାହିଁ ବୋଲି ବିଜୟ କହିଛନ୍ତି । ଅନ୍ୟପଟେ ବିଜେଡି କହିଛି, ଯିଏ ଯେଉଁଠି ବସିଗଲେ ଆଞ୍ଚଳିକ ଦଳ ଠିଆ ହୋଇଯାଏ ନାହିଁ ।

ଆଞ୍ଚଳିକ ଦଳ ଗଠନ ଚର୍ଚ୍ଚାକୁ ଖଣ୍ଡନ କଲେ ବରିଷ୍ଠ ରାଜନେତା ବିଜୟ ମହାପାତ୍ର । କଂଗ୍ରେସରୁ ବହିଷ୍କୃତ ପୂର୍ବତନ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ଓ ବିଜୟ ମହାପାତ୍ରଙ୍କ ଭେଟଘାଟକୁ ନେଇ ରାଜ୍ୟ ରାଜନୀତିରେ ନୂଆ ଆଂଚଳିକ ଦଳ ଗଠନ ହେବା ନେଇ ହେଉଥିବା ଚର୍ଚ୍ଚାର ଅନ୍ତ ଘଟାଇଛନ୍ତି ନିଜେ ବରିଷ୍ଠ ରାଜନେତା ବିଜୟ ମହାପାତ୍ର । କହିଛନ୍ତି, ୨୦୨୬ ଓଡିଶା ରାଜନୀତିରେ ବହୁ ଘଟଣା ଘଟିବ ବୋଲି କହିଛନ୍ତି । ନୂଆ ଦଳ ଗଠନ ଚର୍ଚ୍ଚାକୁ ନେଇ ବିଜେଡି ବିଧାୟକ ଅରୁଣ ସାହୁ ତେରେଚ୍ଛା ବାଣ ମାରିଛନ୍ତି । ଅରୁଣଙ୍କ ଯୁକ୍ତି ହେଉଛି କିଏ କେଉଁଠି ଭେଟଘାଟ କଲେ ଆଲୋଚନା କଲେ ନୂଆ ଦଳ ନେଇ ଚର୍ଚ୍ଚା ହେଉଛି, ତାହା ଠିକ ନୁହେଁ । ଓଡ଼ିଶାରେ ଯେଉଁ ସକରାତ୍ମକ ଢଙ୍ଗରେ ରାଜନୀତି ହେବା କଥା ସେ କଥା ହେଉ ନଥିବାରୁ ଭେଟଘାଟକୁ ନେଇ ଏହି ଚର୍ଚ୍ଚା ଜନ୍ମ ନେଉଛି । ରାଜ୍ୟ ଭଲ ସ୍ଥିତିରେ ନାହିଁ । ଅସଲ ମୁଦ୍ଦା ଦୂରେଇ ଯାଉଛି । ତେଣୁ କୌଣସି ଦଳ ଜନ୍ମ ନେବା ପୂର୍ବରୁ ଆକଳନ କରିବା ଠିକ ହେବନି ।

ନୂଆ ଆଞ୍ଚଳିକ ଦଳ ଚର୍ଚ୍ଚାକୁ ନେଇ ରାଜନୈତିକ ସମୀକ୍ଷକ କେ. ରବି ଭିନ୍ନ ଆକଳନ କରିଛନ୍ତି । ତାଙ୍କ ଯୁକ୍ତି ହେଉଛି ଯେହେତୁ ୨୦୨୪ ନିର୍ବାଚନର ପରେ ୩ ପ୍ରମୁଖ ରାଜନୈତିକ ଦଳରେ ଅସନ୍ତୁଷ୍ଟ ନେତାଙ୍କ ସଂଖ୍ୟା ବଢିଛି । ତେଣୁ ରାଜ୍ୟରେ ନୂଆ ରାଜନୈତିକ ଦଳ ଚର୍ଚ୍ଚା ହେଉଛି । ଶାସକ ଦଳର ଅସନ୍ତୋଷ ଓ ଦୁଇ ବିରୋଧୀ ଦଳରେ ରାଜନୈତିକ ବିଶୁଙ୍ଖଳା ଦେଖା ଦେଇଥିବାରୁ ନୂଆ ଆଂଚଳିକ ଦଳ ଚର୍ଚ୍ଚା ଦାନା ବାନ୍ଧୁଛି ।

ଓଡ଼ିଶାର ବରପୁତ୍ର ବିଜୁ ପଟ୍ଟନାୟକଙ୍କ ନାଁରେ ଗଠନ ହୋଇଥିବା ବିଜେଡି ଓଡିଶାର ସଶକ୍ତ ଆଂଚଳିକ ଦଳ ଭାବେ ଉଭା ହୋଇଛି । ୨୪ ବର୍ଷ ଓଡିଶା ଶାସନର ମଙ୍ଗ ଧରି ଆଜି ବିଜେଡି ମୁଖ୍ୟ ବିରୋଧୀ ଦଳ ଭାବେ ଲୋକଙ୍କ ସ୍ଵର ସାଜିଛି । ବିଜେଡି ଛଡ଼ା ଓଡ଼ିଶାରେ ଯେତେ ବି ଆଞ୍ଚଳିକ ଦଳ ଗଢି ଉଠିଛି କାହାକୁ ସଫଳତା ମିଳିନାହିଁ । ତେଣୁ ଓଡ଼ିଶାରେ ପୁଣି ଏକ ଆଂଚଳିକ ଦଳ ଗଠନ ହେବା ଏତେ ସହଜ ନୁହେଁ ।

Latest Posts

Don't Miss