‘ଭୋଜି କରିବାକୁ ଡାକି ନେଇ ମୋ ପୁଅକୁ ହତ୍ୟା କରିଛନ୍ତି’

1 min read

ଭୁବନେଶ୍ୱର: ସସପେନ୍ସରେ ମନୀଷ ଅନୁରାଗ ଡେଥ୍ ମିଷ୍ଟ୍ରି । ଦିନକ ପରେ ବି ମୃତ୍ୟ କାରଣ ଅସ୍ପଷ୍ଟ ଥିବାବେଳେ, ଘଟଣା ଉପରୁ ପରଦା ହଟାଇ ପାରିନି ପୋଲିସ । ହୋଟେଲ ସାଉଥସିଟି ଥିଲା ମନୀଷଙ୍କ ଶେଷ ଲୋକେସନ । ପୋଲିସର ସ୍ପେଶାଲ ଟିମ ହୋଟେଲରେ ଯାଞ୍ଚ କରିବା ପ୍ରମାଣ ପାଇଁ ବାରକୁ ସିଲ କରିଛି । ସେପଟେ ପୁଅକୁ ହତ୍ୟା କରାଯାଇଥିବା ନେଇ ଭିଡିଓ ଜରିଆରେ ଅଭିଯୋଗ କରିଛନ୍ତି ବରିଷ୍ଠ ସାମ୍ବାଦିକ ନବୀନ ଦାଶ ।

ମନୀଷ, ମୃତ୍ୟୁ ଓ ସସପେନ୍ସ । କେମିତି ହେଲା ମୃତ୍ୟୁ, ଖିଅ ଖୋଜୁଛି ପୋଲିସ । ଦିନକ ପରେ ବି ମୃତ୍ୟୁର କାରଣ ଅସ୍ପଷ୍ଟ । ଭିସେରା ଓ ଡାଏଟମ ଟେଷ୍ଟ ପାଇଁ ନମୁନା ପଠାଇଲା ପୋଲିସ । ମନୀଷଙ୍କ ଲାଷ୍ଟ ଲୋକେସନ ଥିଲା ହୋଟେଲ ସାଉଥସିଟି । ବାପା ନବୀନ ଦାଶ ଆଣିଲେ ହତ୍ୟା ଅଭିଯୋଗ । ହୋଟେଲ ସାଉଥ ସିଟି ଚଢାଉ କରିଛି ସେଶ୍ପାଲ ଟିମ । ବୈଷୟିକ ତଥ୍ୟ ଓ ପ୍ରମାଣ ଜାଣିବା ପାଇଁ ସିସିଟିଭି ଫୁଟେଜ ଯାଞ୍ଚ କରିବା ସିହ ହାର୍ଡ ଡିସ୍କ ଜବତ କରାଯାଇଛି । ତଦନ୍ତ ଓ ପ୍ରମାଣ ଲାଗି ବାରକୁ ସିଲ କରିଛି ପୋଲିସ । ଏପରିକି କିଛି ବାର କର୍ମଚାରୀଙ୍କୁ ପୋଲିସ ଅଟକ ରଖିଛି । ଏପରିକି କୋଭିଡ ଗାଇଡଲାଇନ ଉଲଘଂନ କରି ବାର ଚଲାଇଥିବାରୁ ଅବକାରୀ ଓ ବିଏମସିକୁ ଅବଗତ କରିଛି ପୋଲିସ । ପୋଖରୀ ପାଣିରେ ମନୀଷଙ୍କ ମୃତ୍ୟୁ ହୋଇଛି ନା ଅନ୍ୟ ସ୍ଥାନରେ ହତ୍ୟା କରି ପୋଖରୀରେ ଫିଙ୍ଗି ଦିଆଯାଇଛି, ତାହା ଜାଣିବା ପାଇଁ ଡାଏଟମ ଟେଷ୍ଟ କରିବ ପୋଲିସ । ଏଥିପାଇଁ ପୋଖରୀର ପାଣିର ସାମ୍ପୁଲ ସଂଗ୍ରହ କରିଛି । ସେହିଭଳି ମୃତ୍ୟୁ ପୂର୍ବରୁ କଣ ଖାଇଥିଲେ ଜାଣିବା ପାଇଁ ଭିସେରା ଟେଷ୍ଟ କରିବା ପାଇଁ ନମୁନା ପଠାଇଛି ପୋଲିସ । ନବୀନ ଦାଶଙ୍କ ତଥ୍ୟ ଆଧାରରେ ପୋଲିସ ତଦନ୍ତ ଜାରି ରଖିଛି ।

ପୁଅକୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଛନ୍ତି ବରିଷ୍ଠ ସମ୍ବାଦିକ ନବୀନ ଦାସ । ଭୋଜି କରିବାକୁ ଡାକି ନେଇ ସାଙ୍ଗମାନେ ତାକୁ ମାରି ଦେଇଛନ୍ତି । ଗତକାଲି ପୁଅର ମୃତଦେହ ଉଦ୍ଧାର ପରେ ଭିଡିଓ ରିଲିଜ୍ କରି କୋହ ଭରା କଣ୍ଠରେ କହିଛନ୍ତି ନବୀନ ଦାସ । ରବିବାର ଭୋର ୪ଟା ୧୩ ରେ ତାର ଶେଷ ଫୋନ୍ ପାଇଥିଲି । ତାକୁ କିଏ ମାରଧର କରୁଥିବା ସେ କହୁଥିଲା । ଏହାପରେ ପୋଖରୀ ଭିତରୁ ମୃତ୍ୟୁ ଦେହ ମିଳିଥିଲା । ଆଉ ମାସକ ପରେ ମୋ ପୁଅର ବାହାଘର ହୋଇଥାନ୍ତା । ପୁଲିସ୍‌ କମିଶନରସୌମେନ୍ଦ୍ର ପ୍ରିୟଦର୍ଶୀ ଫୋନ୍‌ କରି ଅପରାଧୀଙ୍କୁ ଧରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

https://www.youtube.com/watch?v=_ipjddjfvb0

ସେପଟେ ଦିନକ ପରେ ମନୀଷଙ୍କ ଦୁଇ ସାଙ୍ଗଙ୍କ ପତ୍ତାପାଇନି ପୋଲିସ । ସେ ଦୁଇ ଜଣ ସାଙ୍ଗ କିଏ ? ମନୀଷଙ୍କକୁ ହତ୍ୟା କରାଯାଇଛି ନା ଆକସ୍ମିକ ମୃତ୍ୟୁ ହୋଇଛି ? ହୋଟେଲ ସାଉଥ ସିଟିରେ ଲୁଚିଛି କି ମନୀଷ ମୃତ୍ୟର ରହସ୍ୟ ? ମନୀଷଙ୍କୁ ହୋଟେଲରେ ଛାଡି କାହିଁକି ଚମ୍ପଟ ମାରିଲେ ଦୁଇ ସାଙ୍ଗ ? ସଂପୃକ୍ତ ହୋଟେଲକୁ ନିୟମିତ ଯାଉଥିଲେ କି ମନୀଷ ? ହୋଟେଲ ଭିତରେ ୩ ଜଣଙ୍କ ମଧ୍ୟରେ କଣ ଘଟିଥିଲା? ହୋଟେଲରୁ ମହାନ୍ତି ନାମକ ଜଣେ ଯୁବକ ମନୀଷଙ୍କୁ ଏନଏଚ ନିଟକରେ ଛିଡା ହୋଇଥିବା ୨ ଜଣ ଯୁବକ ପାଖରେ ବାଇକରେ ଛାଡିଥିଲେ? ସେ ୨ଜଣ ଲୋକ କିଏ ? ବିଶେଷ ସୂତ୍ରୁ ମିଳିଥିବା ସୂଚନା ଅଧାରରେ ପୋଖରୀରେ ବୁଡି ତାଙ୍କର ମୃତ୍ୟୁ ହୋଇନି ? ତା ହେଲ ପୋଖରୀକୁ କୂଳକୁ ମନୀଷ ଗଲେ କେମିତି ? ତାଙ୍କୁ ହତ୍ୟା କରି ପୋଖରୀରେ ଫିଙ୍ଗି ଦିଆଯାଇଛି କି ? ପୋଷ୍ଟ ମୋର୍ଟମ ରିପୋର୍ଟ ଓ ଡାଏଟମ ଟେଷ୍ଟ ଖୋଲିବ କି ମୃତ୍ୟୁର ରହସ୍ୟ ?

ଏଥିସହିତ ପଢ଼ନ୍ତୁ: ଏଟିଏମ୍‌ ଗାଡ଼ିରୁ ଲୁଟ୍‌ ଉଦ୍ୟମ: ଚମ୍ପଟ ମାରିବା ବେଳେ ମାଡ଼ି ବସିଲା ପୋଲିସ

Leave a Reply