IPS ୱାଇ.ବି. ଖୁରାନିଆ ହେଲେ ଓଡ଼ିଶାର ନୂଆ ପୋଲିସ ଡିଜି

ଭୁବନେଶ୍ବର : ବରିଷ୍ଠ ଆଇପିଏସ ୱାଇ.ବି. ଖୁରାନିଆ ହେଲେ ଓଡ଼ିଶାର ନୂଆ ପୋଲିସ ଡିଜି ।  ୱାଇ.ବି. ଖୁରାନିଆଙ୍କୁ ନୂଆ ଡିଜିପି ଭାବେ ନିଯୁକ୍ତ କରିଛନ୍ତି ରାଜ୍ଯ ସରକାର । ୧୯୯୦ ବ୍ଯାଚର ବରିଷ୍ଠ ଆପିଏସ ଅଫିସର ହେଉଛନ୍ତି ଖୁରାନିଆ । ସେ ବିଏସଏଫର ୱେଷ୍ଟର୍ଣ୍ଣ କମାଣ୍ଡାଣ୍ଟ ସ୍ପେଶାଲ ଡିଜି ଭାବରେ କାର୍ଯ୍ୟରତ ଥିଲେ । ସପ୍ତାହେ ପୂର୍ବେ ଓଡ଼ିଶା କ୍ଯାଡରକୁ ଫେରିଥିଲେ । ପୂର୍ବରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଏସପି ଭାବେ ଦାୟିତ୍ବ ତୁଲାଇଥିଲେ ।  ନୟାଗଡ, ଯାଜପୁର, ରାଉରକେଲା, ମୟୂରଭଞ୍ଜ ଓ ଗଞ୍ଜାମ ଜିଲ୍ଲାରେ ଏସପି ପଦରେ ଅବସ୍ଥାପିତ ଥିଲେ । ଏହା ସହ ସଦର୍ଣ୍ଣ ରେଞ୍ଜ ଓ ନର୍ଦର୍ଣ୍ଣ ରେଞ୍ଜରେ ଡିଆଇଜି, ଅତିରିକ୍ତ ଡିଆଇଜି, ଅତିରିକ୍ତ ସିପି ଭାବେ କାର୍ଯ୍ୟ କରିଥିଲେ ।  ଭୁବନେଶ୍ବର ଓ କଟକ  ପୋଲିସ କମିଶନର ଭାବେ ମଧ୍ଯ କାର୍ଯ୍ୟରତ ଥିଲେ ଖୁରାନିଆ । ସେ ବିପିଏସପିଏ ତଥା ଆଇଜି ଟ୍ରେନିଂ ଭାବେ ଦାୟିତ୍ବ ସମ୍ପାଦନ କରିଥିଲେ । ସୁନୀଲ ବଂଶଲ ଅବସର ନେବାପରେ ପୂର୍ବ ସରକାର ଅରୁଣ ଷଡ଼ଙ୍ଗୀଙ୍କୁ ଅନ୍ତରୀଣ ପୋଲିସ ଡିଜି ଭାବେ ନିଯୁକ୍ତ କରିଥିଲେ । ଏବେ ଅରୁଣଙ୍କ ସ୍ଥାନରେ ୱାଇ. ବି. ଖୁରାନିଆ ଦାୟିତ୍ବ ନେବେ ।