କୋହଲିଙ୍କ ବିରୋଧରେ ଟିମ୍ ଇଣ୍ଡିଆରେ ଆରମ୍ଭ ହୋଇସାରିଥିଲା ବିଦ୍ରୋହ

1 min read

ନୂଆଦିଲ୍ଲୀ: ଗତ କିଛି ଦିନ ପୂର୍ବେ ଟି-୨୦ ଅଧିନାୟକ ଦାୟିତ୍ୱରୁ ଓହରିବା ନେଇ ଘୋଷଣା କରିଛନ୍ତି ବିରାଟ କୋହଲି । ଟି-୨୦ ବିଶ୍ୱକପ୍ ପରେ ଅଧିନାୟକ ଦାୟିତ୍ୱରୁ ଓହରିବା ନେଇ ଘୋଷଣା କରିଛନ୍ତି । ଇଂଲଣ୍ଡ ଗସ୍ତରୁ ଫେରିବା ପରେ କୋହଲିଙ୍କ ଏହି ଘୋଷଣା ତାଙ୍କ ପ୍ରଶଂସକ ସମେତ ଅନ୍ୟ କ୍ରିକେଟ ପ୍ରେମୀଙ୍କୁ ଚକିତି କରିଥିଲା । ମାତ୍ରାଧିକ କାର୍ଯ୍ୟଭାର ଯୋଗୁଁ କୋହଲି ଅଧିନାୟକ ପଦରୁ ଓହରିଥିବା କହିଥିଲେ । ତେବେ ସମ୍ପ୍ରତି ଯାହା ଖବର ଆସୁଛି ତଦନୁଯାୟୀ, ଇଂଲଣ୍ଡ ଗସ୍ତରେ  କାଳରେ କ୍ୟାପଟେନ୍ କୋହଲିଙ୍କ କିଛି ଖେଳାଳିଙ୍କୁ ଦୁର୍ବ୍ୟବହାର କରିଥିଲେ । ଏ ନେଇ ଭାରତୀୟ ଦଳର ଜଣେ ସିନିୟର ସଦସ୍ୟ ବିସିସିଆଇଙ୍କ ନିକଟରେ ଅଭିଯୋଗ କରିଥିଲେ ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ କୋହଲୀଙ୍କୁ ଅଧିନାୟକ ପଦରୁ ହଟାଇବା ନେଇ ବିସିସିଆଇ ପୂର୍ବରୁ ଯୋଜନା କରିଆସୁଥିଲା । କୋହଲିଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଗୋଟିଏ ବି ଆଇସିସି ଟ୍ରଫି ଜିତିପାରିନଥିବାରୁ ବିସିସିଆଇ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଉଥିବା କୁହାଯାଉଛି । ଅନ୍ୟ କିଛି ସୂଚନା ଅନୁଯାୟୀ ଟିମ୍ ଭିତରେ କୋହଲିଙ୍କୁ ନେଇ ଅସନ୍ତୋଷ ଦେଖାଦେଇଛି । ବହୁ ସିନିୟର ଖେଳାଳି ଡ୍ରେସିଂ ରୁମ୍‌ରେ ତାଙ୍କ ବ୍ୟବହାରକୁ ନେଇ ଅସନ୍ତୁଷ୍ଟ ଥିଲେ । ଏହି ସିନିୟର ଖେଳାଳିଙ୍କ ମଧ୍ୟରେ ଆର ଅଶ୍ୱିନଙ୍କ ନାମ ଆଗରେ ରହିଛି । ତେବେ ଏ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

ଏଥିସହିତ ପଢ଼ନ୍ତୁ: IPL 2021: ଜାଡେଜାଙ୍କ ଜବରଦସ୍ତ ପ୍ରଦର୍ଶନ: ଶେଷ ବଲ୍‌ରେ ଚେନ୍ନାଇ ବିଜୟୀ

Leave a Reply