ଅପରାଜିତାଙ୍କୁ ନରସିଂହଙ୍କ ଟାର୍ଗେଟ; କହିଲେ ଆଗ ନିଜ ଦଳ ଲୋକଙ୍କୁ ବୁଝାଅ, କିଏ ପଢ଼ିଛି କିଏ ପଢ଼ିନି

1 min read
Narsingh Mishra

ଭୁବନେଶ୍ୱର: ଜାତୀୟ କୀର୍ତ୍ତିରାଜି ପ୍ରାଧିକରଣର ଚିଠା ବାଇ-ଲ’ ପ୍ରସଙ୍ଗରେ ଅପରାଜିତାଙ୍କୁ ଟାର୍ଗେଟ କଲେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । ଜଣେ କହୁଛନ୍ତି ପ୍ରତ୍ୟାହାର ହେବ, ଆଉ ଜଣେ କହୁଛନ୍ତି ପାଠ ପଢ଼ । ଅର୍ଥାତ ଜଣେ ମନ୍ତ୍ରୀ ଆଉ ଜଣେ ମନ୍ତ୍ରୀଙ୍କୁ ପାଠ ପଢ଼ିବାକୁ କହୁଛନ୍ତି । କିନ୍ତୁ ସାଂସଦ କହୁଛନ୍ତି ନା ମୁଁ ପଢ଼ିଛି ସେଥିରେ କିଛି ନାହିଁ । ତେବେ କିଏ ପଢ଼ିଛି, କିଏ ପଢ଼ିନି ? ଏକଥା ବିଧାନସଭାରେ ଆଲୋଚନା ହେଉ ବୋଲି କହିଛନ୍ତି ନରସିଂହ ମିଶ୍ର । ଏକାମ୍ର କ୍ଷେତ୍ରରେ ବାଇ ଲ’ ଯୋଗୁଁ ବିକାଶରେ ବାଧକ ସୃଷ୍ଟି ହେଉଛି । ତେଣୁ ଏହାକୁ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି ନରସିଂହ ମିଶ୍ର ।

ସେହିଭଳି ବିଜେଡିର ବରିଷ୍ଠ ନେତା ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ମଧ୍ୟ ଏନେଇ ମନ୍ତବ୍ୟ ରଖିଛନ୍ତି । ସେ ମଧ୍ୟ ସାଂସଦ ଅପରାଜିତାଙ୍କ କଥାକୁ ସମାଲୋଚନା କରିଛନ୍ତି । ଏକାମ୍ର କ୍ଷେତ୍ର ଓ ବାଇ-ଲ ପ୍ରସଙ୍ଗରେ ରାଜନୀତି ହେବା ଉଚିତ ନୁହେଁ । ମାଟି ଆଗ ନା ପାର୍ଟି ଆଗ ତାହା ବିଜେପି ନେତାମାନେ ଅଧିକ ଚିନ୍ତା କରିବା ଦରକାର । କାରଣ ବିଜେପି ନେତା ମାନେ ମାଟି ଓ ପାର୍ଟି କଥା କହନ୍ତି । ବିବାଦୀୟ ବାଇ-ଲ ପ୍ରସଙ୍ଗରେ ଏପରି ମତ ରଖିଛନ୍ତି ବିଜେଡି ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକ ।

ସେ ଆହୁରି କହିଛନ୍ତି, ସରକାର ହଠାତ୍‌ କ’ଣ ଶ୍ରୀକ୍ଷେତ୍ର ଓ ଏକାମ୍ର କ୍ଷେତ୍ରର ବିକାଶ କଲେ ? ଏକଥା କ’ଣ ଆଗରୁ ଜାଣିପାରିଲେ ନାହିଁ କେନ୍ଦ୍ର ସରକାର । ନିର୍ବାଚନ ପରଠାରୁ ରାଜ୍ୟ ସରକାର ମନ୍ଦିର ସଂସ୍କାର କଥା ଚିନ୍ତା କଲେ । ତେବେ ଆମେ କଣ ମନ୍ଦିର ଭାଙ୍ଗିଦେବୁ ? ଏଏସଆଇ ନାହିଁ କି ଏବେ ? ବାଇ-ଲ ର ଆବଶ୍ୟକତା ନାହିଁ । ଶ୍ରେୟ ନେବା ପାଇଁ କଣ୍ଟା ବାଡ଼ରେ ଲୁଗା ପକାଇ କଳି କରିବା ଦରକାର ନାହିଁ କହି ଭୁବନେଶ୍ୱର ସାଂସଦ ଅପରାଜିତାଙ୍କୁ ଟାର୍ଗେଟ କରିଛନ୍ତି ସୌମ୍ୟ ।

ଏହାସହ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କହୁଛନ୍ତି ପ୍ରତ୍ୟାହାର କର, ଧର୍ମେନ୍ଦ୍ର ପ୍ରଧାନ କହୁଛନ୍ତି ପ୍ରଶାସନିକ ଅଧିକାରୀ ଠିକ୍‌ ଭାବେ ସୂଚନା ଦେଇନାହାନ୍ତି, ଯେଉଁଥିପାଇଁ ଭୁଲ ବୁଝାମଣା ହୋଇଛି । ଅପରାଜିତା କହୁଛନ୍ତି ପ୍ରତ୍ୟାହାର ପ୍ରସଙ୍ଗ ନୁହେଁ । ତେଣୁ ତାଙ୍କ ଦଳ ଭିତରେ ଆଗେ ବୁଝାମଣା ଠିକ୍‌ ରଖନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ସୌମ୍ୟ ପଟ୍ଟନାୟକ ।

Sarua Land Scam Issue Will Raise In Odisha Assembly Winter Session

ସେପଟେ କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାଏ ମଧ୍ୟ ବିବାଦୀୟ ବାଇ ଲ’କୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ ଏହାକୁ ଘୋର ଅନ୍ୟାୟ ବୋଲି କହିଛନ୍ତି । ଏହାସହ ବାଇ ଲ’ ନେଇ କେନ୍ଦ୍ରକୁ ଚିଠି ଲେଖିଥିବାରୁ ମୁଖ୍ୟ ଶାସନ ସଚିବଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବାଇ-ଲ’କୁ ଶୀଘ୍ର ପ୍ରତ୍ୟାହାର କରିବାକୁ ସୁର ଦେବି କରିଛନ୍ତି । ଖାଲି ସେତିକି ନୁହେଁ ଶ୍ରୀଲିଙ୍ଗରାଜ ମନ୍ଦିର ଚାରିପାଖ ସୌନ୍ଦର୍ଯ୍ୟକରଣ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଓ 5T ସଚିବ ଭି କେ ପାଣ୍ଡିଆନଙ୍କୁ ଧନ୍ୟବାଦ ଜଣାଇଛନ୍ତି ସୁର ।

Leave a Reply