ଲାଞ୍ଚ ନେବା ବେଳେ ବରିଷ୍ଠ କିରାଣୀଙ୍କୁ ମାଡ଼ିବସିଲା ଭିଜିଲାନ୍ସ

ଝାରସୁଗୁଡ଼ା: ଭିଜିଲାନ୍ସ ଜାଲରେ ବିଇଓ କାର୍ଯ୍ୟାଳୟର ବରିଷ୍ଠ କିରାଣୀ । ଝାରସୁଗୁଡ଼ା ଜିଲ୍ଲା କିର୍ମିରା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ସରୋଜ କାନ୍ତ ନାୟକଙ୍କୁ ଧରିଲା ଭିଜିଲାନ୍ସ । ଲାଞ୍ଚ ନେବାବେଳେ ସରୋଜଙ୍କୁ ଧରିଛି ତଦନ୍ତକାରୀ ଟିମ୍ । ବକେୟା ଦରମା ମଞ୍ଜୁର କରିବାକୁ ଜଣେ ଶିକ୍ଷୟିତ୍ରିଙ୍କଠାରୁ ଲାଞ୍ଚ ନେଉଥିଲେ ସରୋଜ । ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ରେଡ୍ କରିଥିଲା ଭିଜିଲାନ୍ସ । ଲାଞ୍ଚ ଅର୍ଥ ଜବତ କରିଛି ତଦନ୍ତକାରୀ ଟିମ୍ । ଘଟଣାରେ ରାଉରକେଲା ଭିଜିଲାନ୍ସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।