ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ବରିଷ୍ଠ କିରାଣୀ ଉଦୟନାଥ

ଭୁବନେଶ୍ୱର: ଭୁବନେଶ୍ୱର ଉପ ଜିଲ୍ଲାପାଳ କାର୍ଯ୍ୟଳୟର ବରିଷ୍ଠ କିରାଣୀ ଉଦୟନାଥ ଜେନା ଗିରଫ । ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଉଦୟନାଥଙ୍କୁ ଗିରଫ କରିଛି ଭିଜିଲାନ୍ସ  । ଉଦୟନାଥଙ୍କ ଘରେ ରେଡ ବେଳେ ୧ କୋଟି ୩୨ ଲକ୍ଷ ୨୭ ହଜାର ଟଙ୍କା ସମ୍ପତ୍ତି ଠାବ  କରିଛି ଭିଜିଲାନ୍ସ ।

ଚଢାଉ ସମୟରେ ଭୁବନେଶ୍ୱରରେ ୬୬ ଲକ୍ଷ ଟଙ୍କାର ଘର, ୨୩ ଲକ୍ଷର ଭୁବନେଶ୍ୱର ଓ ପୁରୀରେ ୭ଟି ଫ୍ଲାଟ ।  ପୁରୀରେ ୧୨ ଲକ୍ଷ ଟଙ୍କାର ଫ୍ଳାଟ ଓ ନଗଦ ୫୬ ହଜାର ଟଙ୍କା ଠାବ ହୋଇଥିଲା ଭିଜିଲାନ୍ସ । ବିଭିନ୍ନ ବ୍ୟାଙ୍କରେ ୯ ଲକ୍ଷ ଟଙ୍କାର ଫିକ୍ସ ବ୍ୟାଙ୍କ ଡିପୋଜିଟ ଓ ଅଢେଇ ଲକ୍ଷ ଟଙ୍କାର ସୁନା ଗହଣା ଠାବ ହୋଇଛି  ।

ସେହିପରି ଉଦୟନାଥ ତାଙ୍କ ପତ୍ନୀଙ୍କ ନାମରେ ଅଧିକାଂଶ ସମ୍ପତ୍ତି ରଖିଥିବା ଜଣାପଡ଼ିଥିଲା । ତେବେ ଦରମା ଅନୁସାରେ ସମ୍ପତ୍ତି ପରିମାଣ ଅଧିକ ଥିବା ଭିଜିଲାନ୍ସ ଜାଣିବାକୁ ପାଇଛି । ଗତକାଲି ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଉଦୟନାଥଙ୍କ ଭୁବନେଶ୍ୱର ସୁନ୍ଦରପଦା  ଓ ବାରଙ୍ଗ ଘର, ଭୁବନେଶ୍ୱର ଅଫିସ ଓ କେନ୍ଦ୍ରାପଡା ଜିଲ୍ଲା ରାଜନଗର ନିକଟ ଏନ୍ଦୁଳାପୁର ଗାଁରେ ଚଢାଉ କରିଥିଲା ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ ଟିମ।

Leave a Reply