ନିର୍ମଳାଙ୍କ ପେଡ଼ିରେ ବରିଷ୍ଠ ନାଗରିକଙ୍କ ପାଇଁ କଣ ରହିବ ?

ନୂଆଦିଲ୍ଲୀ: ଫେବ୍ରୁଆରୀ ୧ରେ କେନ୍ଦ୍ର ସରକାର ବଜେଟ୍ ଆଗତ କରିବେ । କେନ୍ଦ୍ରୀୟ ବଜେଟକୁ ସାରାଦେଶ ଅପେକ୍ଷା କରିଥିବା ବେଳେ ଉତ୍ସାହର ଚାହିଁ ରହିଛନ୍ତି ବୟସ୍କ ନାଗରିକ । କାରଣ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କିଛି ଘୋଷଣା କରିପାରନ୍ତି । ବିଗତ ବର୍ଷରେ ଅଧିକରୁ ଅଧିକ ପରିବାର ଯୌଥରୁ ଛୋଟ ପରିବାରରେ ପରିଣତ ହୋଇଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ, ବରିଷ୍ଠ ନାଗରିକ ଆତ୍ମନିର୍ଭରଶୀଳ ହୋଇ ନିଜ ସଞ୍ଚୟ ଓ ଆୟ ଭରସାରେ ଜୀବନ ଜିଇଁ ପାରିବେ ।

ଗତବର୍ଷର ଅର୍ଥନୀତିକ ସର୍ଭେ ଅନୁସାରେ, ଦେଶରେ ୬୦ ବର୍ଷରୁ ଅଧିକ ବୟସ୍କ ନାଗରିକଙ୍କ ସଂଖ୍ୟା ୨୦୧୧ରେ ୮.୬ ପ୍ରତିଶତ ଥିଲା । ଯାହାକି ୨୦୪୧ ସୁଦ୍ଧା ଦୁଇଗୁଣା ବୃଦ୍ଧି ପାଇ ୧୬ ପ୍ରତିଶତରେ ପହଞ୍ଚିବ । ଏମିତି ସ୍ଥିତିରେ, ବଜେଟରେ ବୟସ୍କଙ୍କ ପାଇଁ ବା ବରିଷ୍ଠ ନାଗରିକଙ୍କ ଆବଶ୍ୟକତା ଉପରେ ଅର୍ଥମନ୍ତ୍ରୀ ଧ୍ୟାନ ଦେଇପାରନ୍ତି ।କଣ ଚାହୁଁଛନ୍ତି ବରିଷ୍ଠ ନାଗରିକ ?

କେନ୍ଦ୍ରୀୟ ବଜେଟରୁ ପ୍ରାୟ ସମସ୍ତେ ଟ୍ୟାକ୍ସ ସ୍ଲାବ ଉପରେ ନଜର ରଖିଛନ୍ତି । ଟ୍ୟାକ୍ସ ସ୍ଲାବରେ ପରିବର୍ତ୍ତନ ନେଇ ଦାବି ହେଉଛି । ଏହାର ମୁଖ୍ୟ କାରଣ ହେଉଛି ଆୟରେ ଅସମାନତା । ଯେଉଁ ବରିଷ୍ଠ ନାଗରିକଙ୍କୁ ପେନସନ୍ ମିଳୁନାହିଁ । ସେମାନଙ୍କ ଆୟ ବ୍ୟାଙ୍କ ଜମା ଓ ଫିକ୍ସଡ୍ ଡିପୋଜିଟର ସୁଧ ଉପରେ ନିର୍ଭର କରେ । ଏଭଳି ପରିସ୍ଥିତିରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ରୀୟ ବଜେଟକୁ ବରିଷ୍ଠ ନାଗରିକଙ୍କ ପାଇଁ ଫେଣ୍ଡଲି କରିପାରନ୍ତି ।

କଣ ହୋଇପାରେ ?

  • ବରିଷ୍ଠ ନାଗରିକଙ୍କୁ ୨ ଭାଗରେ ବଣ୍ଟାଯାଇଛି । ତାକୁ ଏକତ୍ର କରାଯାଇ ପାରେ ।
  • ଟ୍ୟାକ୍ସ ସ୍ଲାବକୁ କମାଇ ପାରନ୍ତି ସରକାର ।
  • ଦରବୃଦ୍ଧିରୁ ବର୍ତ୍ତିବା ଭଳି ନିବେଶ ପ୍ଲାନ୍

ଜାନୁଆରୀ ୩୧ରୁ ସଂସଦର ବଜେଟ୍‌ ଅଧିବେଶନ

Leave a Reply