କେନ୍ଦ୍ର ବିରୋଧରେ ପଦମପୁରରେ ଚାଷୀ ଆନ୍ଦୋଳନ, ଭେଟିଲେ ବିଜେଡି ନେତା

ବରଗଡ଼: ପଦମପୁରରେ କେନ୍ଦ୍ର ସରକାରଙ୍କ ଚାଷୀମାରଣ ନୀତି ବିରୋଧରେ ତେଜୁଛି ଅସନ୍ତୋଷ । ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ଚାଷୀ କ୍ଷତିପୂରଣ ପାଇ ନଥିବାରୁ ପଦମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀ ସଂଗଠନଗୁଡ଼ିକ ଆନ୍ଦୋଳନରେ ବସିଛନ୍ତି । ଆନ୍ଦୋଳନସ୍ଥଳକୁ ଆଜି ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ସୁଶାନ୍ତ ସିଂ ଓ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଯାଇ ଚାଷୀଙ୍କ ସହ ଆଲୋଚନା କରିଛନ୍ତି ।

କେନ୍ଦ୍ରସରକାରଙ୍କ ଯୋଜନାକୁ ଚାଷୀ ପାଇ ପାରୁନଥିବାବେଳେ ସ୍ଥାନୀୟ ବିଜେପି ନେତା ଭୁଲ ତଥ୍ୟ ପ୍ରଦାନ କରୁଛନ୍ତି  । ରାଜ୍ୟ ବିଜେପି ମଧ୍ୟ ସତ୍ୟ ଠାରୁ ବହୁ ଦୂରରେ ରହିଛି  । ଜିଲ୍ଲାର ଦୁଇ ବରିଷ୍ଠ ନେତା ଆନ୍ଦୋଳନସ୍ଥଳକୁ ଯାଇ ଆଲୋଚନା କରିଥିଲେ  । ଏହି ସମୟରେ ବେଳେ ଚାଷୀମାନେ ସେମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ସୂଚନା ଦେଇଥିଲେ । ଖରିଫ ଋତୁ ପାଇଁ ଧାନମଣ୍ଡି ଖୋଲିବା ସହ ଏହାକୁ ସହଯୋଗ କରିବା ପାଇଁ ମନ୍ତ୍ରୀ ଚାଷୀଙ୍କୁ ବୁଝାଇଥିଲେ ।