ଉଦ୍ଧବଙ୍କୁ ଘୋଡ଼ା ବେପାର ଭୟ, ସେନା ବିଧାୟକଙ୍କୁ ହୋଟେଲରେ ନଜରବନ୍ଦୀ କରି ରଖିଲେ

1 min read

ମୁମ୍ବାଇ: ଅବୁଝା ପୁଅ ସାଜିଛି ଶିବସେନା । ଯେତେ ବୁଝାଇଲେ ବୁଝୁନି । ମୁଖ୍ୟମନ୍ତ୍ରୀ ପଦ ପାଇଁ ଅଡ଼ି ବସିଛି । ଉଦ୍ଧବ ଠାକରେଙ୍କ ନିଷ୍ପତ୍ତି ହିଁ ଚୂଡ଼ାନ୍ତ । ଶିବସେନା ବିଧାୟକଙ୍କ ସହ ଆଜି ଉଦ୍ଧବଙ୍କ ବୈଠକ ପରେ ଦଳ ୫୦-୫୦ ଫର୍ମୁଲାରେ ଅଟଳ ରହିଥିବା କହିଛନ୍ତି ସଞ୍ଜୟ ରାଓ୍ୱତ । ଏଥିସହ ଘୋଡ଼ା ବେପାର ଆଶଙ୍କାରେ ସେନା ସମସ୍ତ ବିଧାୟକଙ୍କୁ ୨ ଦିନ ପାଇଁ ହୋଟେଲକୁ ନେଇଯାଇଛି । ଆସନ୍ତା ୨ ଦିନ ଯାଏଁ ଶିବସେନା ବିଧାୟକ ହୋଟେଲ ‘ରଙ୍ଗଶ୍ରଦ୍ଧା’ରେ ରହିବେ । କାଳେ କୁଆଡ଼େ ଢଳିବେ (?) ସେଥିପାଇଁ  ସେମାନଙ୍କ ଉପରେ ଦଳ କଡ଼ା ନଜର ରଖିଛି।

SENA MLA HOTEL  ଶିବସେନାରେ ହଲଚଲ ଭିତରେ ବିଜେପି ନେତା ରାଜ୍ୟପାଳଙ୍କୁ ଭେଟିଛନ୍ତି । ରାଜ୍ୟ ବିଜେପି ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲ, ମନ୍ତ୍ରୀ ସୁଧୀର ମୁଙ୍ଗତିୱାର ଓ ଗିରୀଶ ମହାଜନ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ନେଇ ଆଲୋଚନା କରିଛନ୍ତି । କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି, ଦେବେନ୍ଦ୍ର ଫଡନାବିସଙ୍କ ନେତୃତ୍ୱରେ ହିଁ ବିଜେପି-ଶିବସେନା ମେଣ୍ଟ ସରକାର ଗଢ଼ିବ । ସରକାର ଗଢ଼ିବାରେ ଆରଏସ୍ଏସ୍ କିମ୍ବା ମୋହନ ଭାଗବତଙ୍କ ସହ କୌଣସି ଭୂମିକା ନଥିବା ସେ କହିଛନ୍ତି ।

BJP LEADER MET GOVERNOR୨ ଦଳର ନେତାଙ୍କ ବୟାନ ପରେ ବି ଚିତ୍ର ସ୍ପଷ୍ଟ ହେଉନି । ବିଜେପି, ଶିବସେନା ସହଯୋଗରେ ସରକାର ଗଢ଼ିବା ନେଇ ଆଶାବାଦୀ ରହିଛି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ପଦ ମିଳିଲେ ହିଁ ବିଜେପିକୁ ସମର୍ଥନ ଦେବାକୁ ସର୍ତ୍ତ ରଖିଛି ଶିବସେନା ।

UDHAB

ବୁଧବାର ଏନସିପି ମୁଖ୍ୟ ଶରଦ ପାୱାର ଶିବସେନା ସହ ମେଣ୍ଟ ସମ୍ଭାବନାକୁ ପ୍ରତ୍ୟାଖ୍ୟାନ କରିବା ପରେ ଏବେ ବିଜେପି-ଶିବସେନା ମେଣ୍ଟ ଛଡ଼ା ଅନ୍ୟ ବିକଳ୍ପ ନାହିଁ । ଏହାର ଫାଇଦା ନେଇ ଶିବସେନା ମୁଖ୍ୟମନ୍ତ୍ରୀ ପଦ ହାତେଇବାକୁ ଚେଷ୍ଟା କରୁଛି । ତେବେ, ବିଜେପି ରାଜ୍ୟ ନେତୃତ୍ୱ ଏନେଇ ଠୋସ୍ ନିଷ୍ପତ୍ତି ନେଇ ନଥିବା ବେଳେ ଦଳର ରାଷ୍ଟ୍ରୀୟ ସଭାପତି ଅମିତ ଶାହ ସନ୍ଧ୍ୟା ସୁଦ୍ଧା କିଛି ନିର୍ଣ୍ଣୟ କରିପାରନ୍ତି ।

THACKERAY FADNAVIS

  ')}

Leave a Reply