ଫଡନବୀସଙ୍କ ଦମ୍ଭୋକ୍ତି ମୁଖ୍ୟମନ୍ତ୍ରୀ କେବଳ ବିଜେପିର, ଶୁକ୍ରବାର ଶପଥ ଗ୍ରହଣ ଚର୍ଚ୍ଚା

1 min read

ମୁମ୍ବାଇ: ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଅଙ୍କ ଛିଡୁନି । ଶିବସେନା ଦେଇଥିବା 50-50 ଫର୍ମୁଲାକୁ ରୋକଠୋକ ମନା କରି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍‌। କେବଳ ସେ ହିଁ ମୁଖ୍ୟମନ୍ତ୍ରୀ ହେବେ ବୋଲି ସ୍ପଷ୍ଟ କରିଛନ୍ତି ଦେବେନ୍ଦ୍ର। ପ୍ଲାନ ବି, କିମ୍ବା ସି କିଛି ନାହିଁ ବୋଲି ସେ କହିଛନ୍ତି । କାମ କରିବ ତ ପ୍ଲାନ ଏ, ଯାହା ସ୍ପଷ୍ଟ କରିଛନ୍ତି ମୃହାରାଷ୍ଟ୍ର ବିଜେପିର ଏହି ପୋଷ୍ଟର ବଏ। ଆଜି ବିଜେପି ବିଧାୟକ ଦଳ ବୈଠକରେ ଦେବେନ୍ଦ୍ର ଫଡନବିସଙ୍କୁ ବିଧାୟକ ଦଳ ନେତା ଭାବେ ନିର୍ବାଚିତ କରାଯିବ । ଆସନ୍ତା ଶୁକ୍ରବାର ସେ ଶପଥ ଗ୍ରହଣ କରିବେ ବୋଲି ଚର୍ଚ୍ଚା ମଧ୍ୟ ଜୋର ଧରିଛି ।

୫୦-୫୦ ଫର୍ମୁଲା ଆଧାରରେ ବିଜେପି ବିଧାୟକ ଅଢେଇ ବର୍ଷ ମୁଖ୍ୟମନ୍ତ୍ରୀ ରହିବେ। ବାକି ଅଢେଇ ବର୍ଷ ମୁଖ୍ୟମନ୍ତ୍ରୀ ରହିବେ ଶିବସେନାର। ଅର୍ଥାତ୍ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ କେବଳ ଅଢେଇ ବର୍ଷ ଶାସନ କରି ପାରିବେ ଦେବେନ୍ଦ୍ର ଫଡନଭିସ୍‌। ଏହା ପରେ ଓ୍ୱର୍ଲିରୁ ଜିତିଥିବା ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ଅଢେଇ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ହେବେ।
50-50 ଫର୍ମୁଲା ପାଇଁ ଶିବସେନାକୁ ଲିଖିତ ପ୍ରତିଶୃତି ଆବଶ୍ୟକ। ଯାହାକୁ ଗତ ମଙ୍ଗଳବାର ମନା କରି ଦେଇଛନ୍ତି ଦେବେନ୍ଦ୍ର ଫଡନଭିସ୍‌। ଏହା ପୂର୍ବରୁ ବିଜେପି ସହ ସରକାର ଗଠନ ନେଇ ବୈଠକକୁ ପ୍ରତ୍ୟାହାର କରି ଦେଇଥିଲେ ଶିବସେନା ପ୍ରମୁଖ ।
ସେପଟେ ଶିବସେନା ନିଜକୁ କିଙ୍ଗମେକର ଚୌକିରେ ଦେଖୁଛି। ବିଜେପିଠାରୁ ଲିଖିତ ପ୍ରତିଶୃତି ନମିଳିଲେ ବିକଳ୍ପ ରାସ୍ତା ବାଛିବେ ବୋଲି ଦଳୀୟ ବିଧାକକ ପ୍ରତାପ ସର ନାଏକ କହିଛନ୍ତି। ଦଳର ବରିଷ୍ଠ ନେତା ସଞ୍ଜୟ ରାଓ୍ବତ ତ ହରିୟାଣାକୁ ନେଇ କଟାକ୍ଷ ବି କରିଛନ୍ତି। ତାଙ୍କ କହିବା ଅନୁସାରେ, ଦୁଷ୍ୟନ୍ତ ଚୌତାଲାଙ୍କ ପିତାଙ୍କ ପରି ଶିବସେନାରେ କାହା ବାପା ଜେଲରେ ନାହାନ୍ତି।


ଅପରପକ୍ଷରେ ପାଟି ହାଇକମାଣ୍ଡଙ୍କ ପାଖକୁ ଶିବସେନା ଗଠବନ୍ଧନ ପ୍ରସ୍ତାବ ପଠାଇଲେ, ବିଚାର କରାଯିବ ବୋଲି ବରିଷ୍ଠ କଂଗ୍ରେସ ନେତା ପୃଥ୍ୱୀରାଜ ଚୌହାଣ କହିଛନ୍ତି। ହେଲେ ଏଯାଏଁ ଶିବସେନା ପକ୍ଷରୁ କୈାଣସି ପ୍ରସ୍ତାବ ଆସି ନଥିବା ଖବର ମିଳିଛି। ବିକଳ୍ପ ସରକାର ନେଇ ଚିନ୍ତା ଉପରେ ଗୁରୁତ୍ୱ ଦେଇପାରେ ଏନସିପି। ହେଲେ ଏବେ ସରକାର ଗଠନ ଶିବସେନାର ଗତିବିଧି ଉପରେ ନିର୍ଭର କରେ ବୋଲି ଏନସିପିର ମୁମ୍ବାଇ ମୁଖ୍ୟ ସୂଚନା ଦେଇଛନ୍ତି। ')}

Leave a Reply