spot_img

Latest Posts

ବିଜ୍ଞାପନରେ ଦେବାଦେବୀଙ୍କ ନାଁ ବ୍ୟବହାର କରିବା ଦଣ୍ଡନୀୟ ଅପରାଧ: ବମ୍ବେ ହାଇକୋର୍ଟ

ମୁମ୍ବାଇ: କୌଣସି ସାମଗ୍ରୀ ବିକ୍ରି କରିବା ପାଇଁ ଦେବଦେବୀଙ୍କ ନାଁ ବ୍ୟବହାର କରି ବିଜ୍ଞାପନ ଦେବା ଉପରେ ରୋକ୍‌ ଲଗାଇଛନ୍ତି ବମ୍ବେ ହାଇକୋର୍ଟ। ମହାରାଷ୍ଟ୍ର ‘ପ୍ରିଭେନ୍‌ସନ୍‌ ଆଣ୍ଡ୍‌ ଇରାଡିକ୍‌ସନ୍‌ ଅଫ୍‌ ହ୍ୟୁମ୍ୟାନ୍‌, ଏଭିଲ୍‌ ଆଣ୍ଡ ଅଘୋରୀ ପ୍ରାକ୍ଟିସେସ୍‌ ଆଣ୍ଡ ବ୍ଲାକ୍‌ ମ୍ୟାଜିକ୍‌’ ଆକ୍ଟ ଅନୁଯାୟୀ ବିଜ୍ଞାପନ ମାଧ୍ୟମରେ ସାମଗ୍ରୀର ଅତିଭୌତିକ ଗୁଣ ଦାବି କରିବା ବେଆଇନ ବୋଲି ବମ୍ବେ ହାଇକୋର୍ଟର ଔରଙ୍ଗାବାଦ ବେଞ୍ଚ ରାୟ ଦେଇଛନ୍ତି। ଟିଭିରେ ଏଭଳି ବିଜ୍ଞାପନ ବନ୍ଦ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ବିଚାରପତି ଟି ଭି ନାଲା‌ୱାଡେ ଏବଂ ଏମ୍‌ ଜି ସ୍ବିଲ୍‌କରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ଆବେଦନର ଶୁଣାଣି କରି ଏହି ରାୟ ପ୍ରକାଶ କରିଛନ୍ତି। ରାଜେନ୍ଦ୍ର ଆମ୍ଭୋରେ ନାମକ ଜଣେ ଶିକ୍ଷକ ହନୁମାନ ଚାଳିସା ଯନ୍ତ୍ର ବିକ୍ରି ବୃଦ୍ଧି ପାଇଁ ଟେଲିଭିଜନରେ ଦିଆଯାଉଥିବା ବିଜ୍ଞାପନକୁ ବନ୍ଦ କରିବାକୁ ହାଇକୋର୍ଟରେ ପିଟିସନ୍‌ ଦାଖଲ କରିଥିଲେ ।

ଏ ବାବଦରେ ଶୁଣାଣି କରି କୋର୍ଟ କହିଛନ୍ତି, ଉଚ୍ଚ ଶିକ୍ଷିତ ଲୋକେ ମନ୍ତ୍ରତନ୍ତ୍ର ଏବଂ ବ୍ଲାକ୍‌ ମ୍ୟାଜିକ୍‌ ପ୍ରତି ଆକୃଷ୍ଟ ହେଉଥିବା ପରିତାପର ବିଷୟ। ବ୍ୟବସାୟ ବଢ଼ାଇବା ପାଇଁ କୌଣସି ସାମଗ୍ରୀ ବିକ୍ରି ଉଦ୍ଦେଶ୍ୟରେ ଦେବଦେବୀଙ୍କ ନାଁରେ ବିଜ୍ଞାପନ ଦଣ୍ଡନୀୟ ଅପରାଧ ବୋଲି ଅଦାଲତ କହିଛନ୍ତି।

Latest Posts

Don't Miss