ରାସ୍ତା ମଝିରେ ହାତୀକୁ ହଇରାଣ, ଲୋକେ ଚିଡ଼ାଉଛନ୍ତି ହାତୀ ସହ ସେଲ୍ଫି ନେଉଛନ୍ତି

ମୟୂରଭଞ୍ଜ: ହାତୀ ସହ ସେଲ୍ଫି ନେବାକୁ ଉଦ୍ୟମ । ରାସ୍ତା ମଝିରେ ହାତୀକୁ ହଇରାଣ ହରକତ । ମରଣରକୁ ବାଜି ଲଗାଇ ଦୁଷ୍ଟ ଲୋକେ ନେଉଛନ୍ତି ସେଲ୍ଫି । ଜଙ୍ଗଲୀ ରାସ୍ତାରେ ହାତୀ ତା ବାଟରେ ଯାଉଛି, କିନ୍ତୁ ଲୋକ ମାନଙ୍କର ବାତୁଳି ବାହାରୁଛି । ହାତୀକୁ ହୋହଲା କରି ଚିଡ଼ାଉଛନ୍ତି । ଚିଡ଼ାଇବା ପରେ ହାତୀ ଆକ୍ରମଣ କରିବାକୁ ଆସିବା ସମୟରେ ଲୋକେ ଫଟୋ ଉଠାଉଛନ୍ତି । ଏ ଦୃଶ୍ୟ ହେଉଛି ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ନୋଡପୁର ଅଞ୍ଚଳର ।
ଦୀର୍ଘ ଆଠ ଦଶ ଦିନ ଧରି ବେତନଟୀ ରେଞ୍ଜରେ ୪୨ଟିକିଆ ହାତୀପଲ ଉପଦ୍ରଵ କରୁଛନ୍ତି । ଘର ଭାଙ୍ଗିବା ସହ ଚାଷ ଗଛପତ୍ର ନଷ୍ଟ କରୁଛନ୍ତି । ଯେଉଁଥିପାଇଁ ଲୋକମାନେ ହାତୀକୁ ଚିଡ଼ାଇ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ । ସେପଟେ ଘଟଣା ସ୍ଥାନରେ ବନବିଭାଗ ନଥିବା ଦେଖିବାକୁ ମିଳିଥିଲା । ବାରମ୍ବାର ଏଭଳି ହାତି ରାସ୍ତା ଉପରକୁ ଚାଲି ଆସୁଛନ୍ତି କିନ୍ତୁ ଏଥିପ୍ରତି ଯେମିତି ବନବିଭାଗର ତିଳେ ମାତ୍ରବି ଦୃଷ୍ଟି ନାହିଁ ।