୩ ହଜାର ବର୍ଷ ପରେ ପୃଥିବୀ କେମିତି ଦେଖାଯିବ ? ଜାଣନ୍ତୁ ନିଜକୁ ଟାଇମ୍ ଟ୍ରାଭେଲର କହୁଥିବା ବ୍ୟକ୍ତି କ’ଣ କହୁଛନ୍ତି

ନୂଆଦିଲ୍ଲୀ: ଭବିଷ୍ୟତ ଜାଣିବାକୁ ସମସ୍ତଙ୍କର ଇଚ୍ଛା ଥାଏ । ସେଥିପାଇଁ ଲୋକମାନେ ଜ୍ୟୋତିଷଙ୍କ ପାଖକୁ ଯାଆନ୍ତି । ଆଉ ନିଜର ଭବିଷ୍ୟତ ସମ୍ପର୍କରେ ଜାଣିଥାନ୍ତି । ସାଧାରଣତଃ ଆଗକୁ କ’ଣ ଘଟିବ ତାହା ଜାଣିବା ପାଇଁ ସମସ୍ତଙ୍କ ମନରେ କୌତୁହଳ ଆସିଥାଏ । ତେବେ ଏଭଳି ଅନେକ ଜ୍ୟୋତିଷ ରହିଥିବାବେଳେ ଲୋକେ ତାଙ୍କୁ ବିଶ୍ବସ ମଧ୍ୟ କରନ୍ତି । ତେବେ ଜଣେ ବ୍ୟକ୍ତି ନିଜକୁ ଟାଇମ ଟ୍ରାଭେଲର ବୋଲି କହିଥିବାବେଳେ ୩ ହଜାର ବର୍ଷ ପରେ ପୃଥିବୀ କେମିତି ଦେଖାଯିବ ସେ ସମ୍ପର୍କରେ କହିଛନ୍ତି । କିଛି ଲୋକ ଏହାକୁ ବିଶ୍ବାସ କରୁଥିବାବେଳେ ଆଉ କିଛି ଅବିଶ୍ବାସ କରୁଛନ୍ତି । ତେବେ ସେ ଯେଭଳିଭାବେ କଳ୍ପନା କରି କହିଛନ୍ତି ଯେ କେହି ବି ଶୁଣିବ ସେ ଆଶ୍ଚର୍ଯ୍ୟ ହୋଇଯିବେ।

ଟାଇମ୍ ଟ୍ରାଭେଲର୍ ଏଡୱାର୍ଡ ନାମକ ଜଣେ ବ୍ୟକ୍ତି ଯିଏ ନିଜକୁ ଟାଇମ୍ ଟ୍ରାଭେଲର୍ ବୋଲି କହୁଛନ୍ତି ସେ ଦାବି କରିଛନ୍ତି ଯେ ୩ହଜାର ବର୍ଷ ପରର ଦୁନିଆ ଦେଖିବା ପରେ ସେ ଫେରି ଆସିଛନ୍ତି। ଏହା ବର୍ତ୍ତମାନ ୨୦୨୩, କିନ୍ତୁ ୫୦୦୦ ବର୍ଷରେ ପୃଥିବୀ କ’ଣ ହେବ ସେ ଦେଖିଛନ୍ତି। ତାଙ୍କର ମଧ୍ୟ ଫଟୋଗ୍ରାଫିକ୍ ପ୍ରମାଣ ଅଛି । ସେ ତାଙ୍କ ହାତରେ ଏକ ଚିତ୍ର ଧରିଥିବାର ନଜର ଆସିଛନ୍ତି, ଯେଉଁଥିରେ ଏକ ପୁରା ସହର ପାଣି ତଳେ ବୁଡ଼ି ଯାଇଥିବାର ଦେଖାଯାଉଛି  । ଦାବି ହେଉଛି ଯେ ଏହି ସହର ହେଉଛି ଆମେରିକାର ଲସ୍ ଆଞ୍ଜେଲସ୍, ଯାହା ୩୦୦୦ ବର୍ଷ ପରେ ଏହିପରି ଜଳରେ ଦୃଶ୍ୟମାନ ହେବ। ଅନ୍ୟ କେତେକ ସହର ମଧ୍ୟ ସମାନ ଦେଖାଯିବ । ଅନେକ ସହରରେ ଏଭଳି ଜଳବନ୍ଦୀ ରହିଥିବା ସେ ଦାବି କରିଛନ୍ତି । ବାସ୍ତବରେ ଏହା ଦାବି କରୁଥିବା ଟାଇମ ଟ୍ରାଭେଲର ନିଜର ପ୍ରକୃତ ପରିଚୟ ଦେଇନାହାନ୍ତି । କିନ୍ତୁ ଏବେ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।