ଭଣ୍ଡ ବାବାଙ୍କ ପାଗଳାମୀ, ପୁଅ ହେବ କହି ଦମ୍ପତିଙ୍କୁ ପାଣିରେ ବୁଡ଼ାଇ ମାରିବାକୁ ଉଦ୍ୟମ

ବଲାଙ୍ଗିର: ବଲାଙ୍ଗିର ସହରରେ ଭଡ଼ାଟିଆଙ୍କ ଉତ୍ପାତ । ଟାଉନ ଥାନା କନ୍ଧପାଲିପଡ଼ାରେ ଭଡ଼ା ଘର ନେଇ ରହୁଥିବା ଜଣେ ଆତ୍ମଘୋଷିତ ବାବାଙ୍କ କାରନାମା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି । ଅଭିଯୋଗ ଅନୁସାରେ, ସୋମବାର ବିଳମ୍ବିତ ରାତିରେ ତା’ ଘର ନିକଟରେ ରହୁଥିବା ଦମ୍ପତିକୁ ରାତିରେ ନିଦରୁ ଉଠାଇ ଥିଲେ । ନିଜ ଦେହରେ ଭଗବାନ ଆସିଥିବା କହି ତୁମକୁ ଶୁଦ୍ଧି କଲେ ପୁତ୍ର ସନ୍ତାନ ପ୍ରାପ୍ତିର ପ୍ରଲୋଭନ ଦେଖାଇ ଥିଲେ । ପରେ ପୋଖରୀକୁ ନେଇ ହତ୍ୟା ଉଦ୍ୟମ କରିଥିବା ବଲାଙ୍ଗିର ଟାଉନ୍ ଥାନାରେ ଅଭିଯୋଗ ହୋଇଛି ।

 Self God Man Tried To Kill Couple In Pond At Bolangir

ଏନେଇ ଦମ୍ପତି ଅଶୋକ ବିଶି ଓ ତାଙ୍କ ସ୍ତ୍ରୀ କୁମାରୀ ବିଶି ଟାଉନ୍ ଥାନାରେ ଅଭିଯୋଗ କରିଛନ୍ତି । ଗତ ୭ରୁ ୮ ବର୍ଷ ତଳେ କନ୍ଧମାଳ ଜିଲ୍ଲାର ବିଜୟ ନାଏକ ନାମକ ଜଣେ ଆତ୍ମଘୋଷିତ ବାବା ଆସି ତାଙ୍କ ସ୍ତ୍ରୀ ସହ କନ୍ଧପାଲିପଡ଼ା ଠାରେ ଏକ ଭଡ଼ାଘରେ ରହୁଛନ୍ତି । କିଛି ବର୍ଷ ହେବ ବିଜୟ ମହିମା ଧର୍ମ ଗ୍ରହଣ କରିବା ପରେ ତାଙ୍କ ଦେହକୁ ଭଗବାନ ଆସିଛନ୍ତି । ମୁଁ ଯାହା କହିବି ପୂରଣ ହେବ ବୋଲି କହୁଥିବା ଲୋକେ ଅଭିଯୋଗ କରିଛନ୍ତି ।

 Self God Man Tried To Kill Couple In Pond At Bolangir

ସୋମବାର ରାତିରେ ଭଣ୍ଡାବାବା ଓ ତାଙ୍କ ସହଯୋଗୀ ଦୁହେଁ ମିଶି ଦମ୍ପତିଙ୍କୁ ପାଣିରେ ବୁଡ଼ାଇ ହତ୍ୟା ଉଦ୍ୟମ କରିଥିଲେ । ପୋଖରୀ ଭିତରେ ପାଟିତୁଣ୍ଡ ଶୁଣି ସମ୍ପର୍କୀୟ ପହଞ୍ଚି ଭଣ୍ଡ ବାବା କବଳରୁ ଦମ୍ପତିଙ୍କୁ ଉଦ୍ଧାର କରିଥିଲେ । ଏଥିସହୱ ନିଜକୁ ବାବା କହୁଥିବା ବିଜୟ ନାଏକ ଓ ତାର ସହଯୋଗୀ ମହେଶ୍ୱର ମାଝୀକୁ କାବୁ କରି ମାଡ଼ ମାରିଥିଲେ । କୌଶଳ କ୍ରମେ ବାବା ଜଣକ ଫେରାର୍ ମାରିଥିବା ବେଳେ ସ୍ଥାନୀୟ ଲୋକ ସହଯୋଗୀକୁ ଅଟକ ରଖି ପୋଲିସକୁ ହସ୍ତାନ୍ତର କରିଥିଲେ । ପୋଲିସ ସହଯୋଗୀ ଜଣଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ କରୁଛି ।

Leave a Reply