କଟକଣା ଉଲ୍ଲଂଘନ କରି ହଜାରେ ଲୋକଙ୍କ ପାଇଁ ହୋଇଥିଲା ବାହାଘର ଭୋଜି

Seized Marriage Party Food Distributed Among Villagers In Ganjam

ଦିଗପହଣ୍ଡି: ସଂକ୍ରମଣ ଚେନ୍ ଭାଙ୍ଗିବାକୁ ସରକାର ଜାରି କରିଛନ୍ତି କଡ଼ା ନିୟମ । ସର୍ବାଧିକ ୫୦ ଲୋକଙ୍କୁ ନେଇ ସ୍ଥାନୀୟ ପ୍ରଶାସନ ଅନୁମତିରେ ବିବାହ କାର୍ଯ୍ୟ ହୋଇପାରିବ । ତଥାପି ନିୟମକୁ ମାନୁନାହାଁନ୍ତି ଲୋକ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଓସ୍ତା ଜଗନ୍ନାଥପୁର ଗାଁରେ ବିବାହ ଭୋଜି ବେଳେ ପ୍ରଶାସନ ରେଡ୍ କରିଛି ।  କୋଭିଡ୍ କଟକଣାକୁ ଉଲ୍ଲଂଗନ ଗାଁର ଶିବରାମ ପ୍ରଧାନଙ୍କ ବାହାଘର ଚାଲିଥିଲା । ହଜାରେରୁ ଅଧିକ ଲୋକଙ୍କ ପାଇଁ ଆୟୋଜନ ହୋଇଥିଲା ଭୋଜିଭାତ ।

Seized Marriage Party Food Distributed Among Villagers In Ganjam

ସାନଖେମୁଣ୍ଡି ତହସିଲଦାର ଶ୍ରୀନିବାସ ବେହେରା ଏବଂ ପାଟପୁର ଥାନା ପୋଲିସ୍ ରେଡ୍ କରି ପାଳଗଦାରେ ଲୁଚାଇ ରଖା ଯାଇଥିବା ଭୋଜିଭାତକୁ ଜବତ କରିଛି । ଏଥିସହ ୧୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ଜବତ ଖାଦ୍ୟକୁ ନଷ୍ଟ ନକରି ଏକ ଟ୍ରାକ୍ଟରରେ ଭୋଜିକୁ ଗାଁ ଗାଁ ବୁଲି ବୁଲି ବାଣ୍ଟି ଦିଆଯାଇଛି । ଶିବରାମ ବାହାଘରରେ ୫୦ ଜଣଙ୍କ ପାଇଁ ଅନୁମତି ନେଇ ହଜାରେରୁ ଅଧିକ ଲୋକଙ୍କ ପାଇଁ ଭୋଜି ଆୟୋଜନ କରିଥିଲେ ।

Leave a Reply