ଧୋନୀ ଏବଂ ସିଏସକେକୁ ନେଇ ଏମିତି କହିଲେ ସେହଓ୍ବାଗ

ନନ୍ଦିଘୋଷ ବ୍ୟୁରୋ: ଆଇପିଏଲରେ ୫ଥର ଚାମ୍ପିୟନ ହୋଇଥିବା ଚେନ୍ନାଇ ସୁପର କିଙ୍ଗ୍ସ ଚଳିତ ସିଜିନରେ ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରଖିଛି । ପ୍ରଥମ ମ୍ୟାଚରେ ବିଜୟ ପରେ କିନ୍ତୁ ଲଗାତାର ୫ଟି ପରାଜୟ ବରଣ କଲାଣି । ଶୁକ୍ରବାର କେକେଆର ବିପକ୍ଷରେ ଦଳର ପ୍ରଦର୍ଶନ ଯେଭଳି ଥିଲା ଏହା ଫ୍ୟାନ୍ସଙ୍କୁ ବେଶ ଦୁଃଖିତ କରିଛି ନିଶ୍ଚୟ । ମାତ୍ର ୧୦୩ ରନର ବିଜୟ ଲକ୍ଷ ରହିଥିଲା ଚେନ୍ନାଇ । ତାହା ପୁଣି ନିଜର ହୋମ ଗ୍ରାଉଣ୍ଡ କୁହାଯାଉଥିବା ଚେପକରେ । ଯାହାକୁ ନେଇ ପୂର୍ବତନ କ୍ରିକେଟରଙ୍କଠାରୁ ଆରମ୍ଭ କରି ଫ୍ୟାନ୍ସ ସମସ୍ତେ ସମାଲୋଚନା କରିଛନ୍ତି । ତେବେ ଏହି ମ୍ୟାଚରେ ଧୋନୀ ସୁନୀ ନାରାୟଣଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇଥିଲେ । ଧୋନୀ ରିଭ୍ୟୁ ନେଇଥିଲେ । ମାତ୍ର ଥାର୍ଡ ଅମ୍ପାୟାର ଫିଲ୍ମ ଅମ୍ପାୟାରଙ୍କ ନିଷ୍ପତ୍ତିରେ ହଁ କରିଥିଲେ ଏବଂ ଆଉଟ୍ ଦେଇଥିଲେ । ମାତ୍ର ପରବର୍ତ୍ତୀ ସମୟରେ ଏଭଳି ଲାଗିଥିଲା କି ଅଳ୍ପଟିକେ ବ୍ୟାଟରେ ବାଜିଥିଲା ।

ଯାହାକୁ ନେଇ ଚେନ୍ନାଇ ଫ୍ୟାନ୍ସମାନେ ଦୁଃଖିତ ଥିଲେ । ମାତ୍ର ବିରେନ୍ଦ୍ର ସେହଓ୍ବାଗ କହିଛନ୍ତି କି, ଯଦି ଧୋନୀ ଥାଆନ୍ତେ ତାହେଲେ ଦଳ ବେଶି ହେଲେ ୧୩୦ ଭିତରେ ରହିଥାନ୍ତା । ମାତ୍ର କୋଲକାତା ଏବେ ୫୯ ବଲ ପୂର୍ବରୁ ବିଜୟ ହାସଲ କରିଛି । କିନ୍ତୁ ଆଉ କିଛି ବଲ ଆବଶ୍ୟକ ହୋଇଥାନ୍ତା । କିନ୍ତୁ ଦଳର ଖରାପ ପ୍ରଦର୍ଶନ ପାଇଁ ଦଳ ପରାଜୟ ବରଣ କରୁଛି ବୋଲି ଦଳ ଏବଂ ଧୋନୀଙ୍କ ସମାଲୋଚନା କରିଛନ୍ତି ସେହଓ୍ବାଗ ।