ସୀମା ପାରରୁ ଆସିଥିଲା ଜୁଲି, ଏବେ ପଠାଉଛି ସାଙ୍ଗରେ ଯାଇଥିବା ସ୍ୱାମୀଙ୍କ ରକ୍ତାକ୍ତ ଫଟୋ

1 min read

ନୂଆଦିଲ୍ଲୀ : ପୁଣି ସୀମା ହାଇଦର କେସ୍ ରିପିଟ୍  । ପାକିସ୍ତାନରୁ ଆସିଥିବା ସୀମା ହାଇଦରଙ୍କ ପ୍ରେମ କାହାଣୀ ପରି ଆଉ ଏକ ଘଟଣା ସାମ୍ନାକୁ ଆସିଛି । ମୋରଦାବାଦରୁ ପୁଅକୁ ବଞ୍ଚାଇବାକୁ ମାଆ କରୁଛି ଗୁହାରି । ତାଙ୍କ ଅଭିଯୋଗ ଯେ, ବାଂଲାଦେଶରୁ ଆସିଥିବା ଜୁଲି ନାମକ ଜଣେ ମହିଳା ପ୍ରଥମେ ହିନ୍ଦୁ ରୀତିନୀତି ଅନୁଯାୟୀ ତାଙ୍କ ପୁଅକୁ ବିବାହ କରିଥିଲେ ଏବଂ ପରେ ତାଙ୍କୁ ବାଂଲା ଦେଶ ନେଇ ଯାଇଥିଲେ  । ହେଲେ ଏବେ ସେ ପୁଅର ରକ୍ତ ଭିଜା ଫଟୋ ପଠାଉଛି ।

ପଡୋଶୀ ଦେଶ ବାଂଲାଦେଶର ବାସିନ୍ଦା ଜୁଲି ଫେସବୁକରେ ମୋରଦାବାଦର ଯୁବକ ଅଜୟଙ୍କ ପ୍ରେମରେ ପଡି ଭାରତ ଚାଲି ଆସିଥିଲେ । ଆଉ ସାଙ୍ଗରେ ଆସିଥିଲା ତାର ୧୧ ବର୍ଷୀୟ ଝିଅ । ଏଠାକୁ ଆସିବା ପରେ ସେ ସନାତନ ଧର୍ମ ଅନୁଯାୟୀ ହିନ୍ଦୁ ରୀତିନୀତିରେ ଅଜୟଙ୍କୁ ବିବାହ କରି ପୁଣି ସ୍ୱେଦଶ ଫେରିଯାଇଥିଲେ  । ପରେ ଜୁଲି କୌଣସି ବାହାନା କରି ଅଜୟଙ୍କୁ ମଧ୍ୟ ବାଂଲାଦେଶକୁ ଡାକି ଦେଇଥିଲେ । ଏହାର ତିନି ଚାରି ମାସ ପରେ ଜୁଲି , ଅଜୟର ମାଆଙ୍କ ନମ୍ବରକୁ ଅଜୟଙ୍କ ଲହୁଲୁହାଣ ଅବସ୍ଥାର ଏକ ଫଟୋ ପଠାଇଛି । ଏହାକୁ ଦେଖି ଚିନ୍ତିତ ହୋଇପଡିଥିଲେ ସେ । ନିଜ ପୁଅକୁ ସୁରକ୍ଷିତ ବାଂଲାଦେଶରୁ ଭାରତକୁ ଫେରାଇ ଆଣିବାକୁ ଏସଏସପିଙ୍କୁ ଗୁହାରି କରିଛନ୍ତି ।

ଅଜୟଙ୍କ ମାଆଙ୍କ କହିବା ଅନୁଯାୟୀ, ଜୁଲିକୁ ବିବାହ ପରେ ସେ ଅଜୟକୁ ବାଂଲାଦେଶର ବର୍ଡର ଯାଏଁ ତାକୁ ଛାଡି ଦେବାକୁ କହିଥିଲା ଏବଂ ପରେ ପାସପୋର୍ଟ ଓ ଭିସା ବନାଇ ପରେ ଅଜୟକୁ ଆସିବାକୁ କହିଥିଲା । ସେଥିପାଇଁ ମୋ ପୁଅ ତାକୁ ଛାଡିବାକୁ ବାଂଲାଦେଶ ବର୍ଡର ଯାଏଁ ଯାଇଥିଲା ହେଲେ ପରେ ଫୋନରେ ଜଣାଇଥିଲା କି ସେ ଭୁଲରେ ଜୁଲି ସହି ବର୍ଡର କ୍ରସ କରି ପଲାଇଯାଇଛି ଏବଂ ୧୦-୧୫ ଦିନ ଭିତରେ ଭାରତ ଫେରିଆସିବ । ହେଲେ ଏହି କଥାକୁ ୨ ମାସ ବିତିଗଲାଣି  । ଆଉ କେହି ଏବେ ସେହି ନମ୍ବରରେ ଅଜୟର ରକ୍ତ ଜୁଡୁବୁଡୁ ଅବସ୍ଥାରେ ଫଟୋ ପଠାଇଛି ।