spot_img

Latest Posts

ଆମେରିକା ରାଷ୍ଟ୍ରପତି ଡୋଲାନ୍ଡ ଟ୍ରମ୍ପଙ୍କ ସୁରକ୍ଷାରେ ବଡ଼ ତ୍ରୁଟି

ନନ୍ଦିଘୋଷ ବ୍ୟୁରୋ: ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି ଆମେରିକା ରାଷ୍ଟ୍ରପତି ଡୋଲାନ୍ଡ ଟ୍ରମ୍ପ । ନିଜର ବୟାନ ହେଉ କିମ୍ବା ନିଷ୍ପତ୍ତି ଏହା ତାଙ୍କୁ ଚର୍ଚ୍ଚାରେ ରଖିଥାଏ । କିନ୍ତୁ ଟ୍ରମ୍ପଙ୍କୁ ନେଇ ଆଉ ଚର୍ଚ୍ଚା ଆରମ୍ଭ ହୋଇଛି । ଟ୍ରମ୍ପଙ୍କ ସୁରକ୍ଷାରେ ଏକ ବଡ଼ ଧରଣର ତ୍ରୁଟି ହୋଇଥିବା ନଜରକୁ ଆସିଛି । ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ମୁତାବକ ଟ୍ରମ୍ପ ଏବଂ ଦେଶର ପ୍ରଥମ ମହିଳା ତଥା ତାଙ୍କ ପତ୍ନୀ ଯେତେବେଳେ ସପ୍ତାହ ଶେଷରେ ଛୁଟି କାଟିବାକୁ ନ୍ୟୁଜର୍ସିସ୍ଥିତ ନିଜ ବ୍ୟକ୍ତିଗତ ଗଲ୍ଫ କୋର୍ସରେ ଥିଲେ । ତେବେ ସେତେବେଳେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ଯାହାକୁ ନେଇ ଏବେ ଗଣମାଧ୍ୟମରେ ଖବରର ଶିରୋନାମା ପାଲଟିଛି । ସେ ସେଠାରେ ଥିବାବେଳେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଶନିବାର ଏକ ବିମାନ ଅସ୍ଥାୟୀ ଉଡ଼ାଣ ପ୍ରତିବନ୍ଧକ(ଟିଏଫଆର) ଉଲ୍ଲଂଘନ କରି ଟ୍ରମ୍ପଙ୍କ ଗଲ୍ଫ ପଡ଼ିଆ ସୀମା କ୍ଷେତ୍ରରେ ଉଡ଼ିଥିଲା। ଏହି ଖବର ମିଳିବା ପରେ ଉତ୍ତର ଆମେରିକା ବାୟୁସେନା ପ୍ରତିରକ୍ଷା କମାଣ୍ଡ(ନୋରାଡ)ର ଲଢୁଆ ବିମାନ ତୁରନ୍ତ ପହଞ୍ଚି ଉକ୍ତ ବିମାନକୁ ଘଉଡ଼ାଇଥିଲା। ତେବେ ଗୋଟିଏ ଦିନରେ ଉକ୍ତ ବିମାନଟି ୫ଥର ନିୟମ ଉଲ୍ଲଂଘନ କରିଥିଲା। ଯାହାକୁ ନେଇ ସୁରକ୍ଷା ଦାୟିତ୍ଵରେ ଥିବା ଅଧିକାରୀଙ୍କ ଚିନ୍ତା ବଢ଼ିଯାଇଥିଲା।

Latest Posts

Don't Miss