ରାଜଧାନୀରେ ବ୍ୟକ୍ତିଙ୍କ ଆଖିରେ ଲଙ୍କାଗୁଣ୍ଡ ପକାଇ କଲେ ଅପହରଣ, ନିର୍ଧୁମ ଛେଚିଲେ ବରମୁଣ୍ଡା ଛାଡ଼ିଲେ

ଭୁବନେଶ୍ୱର: ରାଜଧାନୀରେ ଯୁବକଙ୍କୁ ଅପହରଣ ଅଭିଯୋଗ । ଏୟାରଫିଲ୍ଡ ଥାନା ସୁନ୍ଦରପଦାରେ ମାରାଣାସ୍ତ୍ରରେ ଦେଖାଇ ଯୁବକଙ୍କୁ ଅପହରଣ କରାଯାଇଥିବା ସୂଚନା । ହାଇଟେକ୍‌ ପ୍ଲାଜା ସିକ୍ୟୁରିଟି ସୁପରଭାଇଜରଙ୍କୁ ଅପହରଣ କରାଯାଇଛି। ଖଣ୍ଡା ଦେଖାଇ ସିକ୍ୟୁରିଟି ସୁପରଭାଇଜର କୈବଲ୍ୟ ପଟ୍ଟନାୟକଙ୍କୁ ଅପହରଣ କରାଯାଇଛି । ରାତିରେ ଫ୍ଲାଟ ଭିତରକୁ ନଛାଡ଼ିବାରୁ ଟାର୍ଗେଟ କରି ଅପହରଣ କରିଥିବା ଅଭିଯୋଗ ହୋଇଛି । ଆଖିରେ ଲଙ୍କାଗୁଣ୍ଡ ପକାଇ ଅପହରଣ କରିବା ପରେ ନିର୍ଧୁମ ମାଡ଼ ମାରି ଛାଡ଼ିଦେଇଥିବା ଅଭିଯୋଗ ହୋଇଛି । ତେବେ ଅପହରଣ ହୋଇଥିବା ବ୍ୟକ୍ତି ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ସୂଚନା ଅନୁଯାୟୀ, କରୋନା ପଜିଟିଭ ଆସିବା ପରେ ହାଇଟେକ୍‌ ପ୍ଲାଜାରେ କୋଭିଡ୍‌ ସଚେତନତା ନେଇ ଏକ ମିଟିଂ ହୋଇଥିଲା । ଯେଉଁଥିରେ କିଛି ନୂଆ ନିୟମ କରାଯାଇଥିଲା । ରାତି ୮:୩୦ ପରେ ପ୍ଲାଜା ଭିତରକୁ କାହାକୁ ଛଡ଼ା ଯିବନାହିଁ ବୋଲି ଏକ ପ୍ରକାରର ନିର୍ଦ୍ଦେଶ ରହିଥିଲା । ହେଲେ ସେହି ପ୍ଲାଜାରେ ରହୁଥିବା ସମ୍ପୃକ୍ତ ଯୁବକ ମଦ ପିଇ ରାତି ଅଧରେ ପ୍ଲାଜା ମଧ୍ୟକୁ ପ୍ରବେଶ କରୁଥିବାରୁ ସିକ୍ୟୁରିଟି ସୁପରଭାଇଜର ଛାଡ଼ିନଥିଲେ । ଅନେକ ସମୟରେ ସେ ଏକୁଟିଆ ନଆସି ସାଙ୍ଗରେ ବାହାର ଲୋକମାନଙ୍କୁ ମଧ୍ୟ ନେଇ ଆସିଥାନ୍ତି । ଏହାପରେ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ଆଜି ସକାଳୁ ଉକ୍ତ ବ୍ୟକ୍ତି ଜଣକ କୈବଲ୍ୟଙ୍କୁ ଖଣ୍ଡା ଦେଖାଇ ଅପହରଣ କରିଥିଲେ ।

ରବିବାର ସକାଳୁ ସକାଳୁ ଫ୍ଲାଟ ସାମ୍ନାରେ ଆସି କୈବଲ୍ୟଙ୍କ ଆଖିକୁ ଳଙ୍କାଗୁଣ୍ଡା ପକାଇଥଲେ । ଏହାପରେ ଏକ ସୁଇପ୍ଟ କାରରେ ତାଙ୍କୁ ମାରଣାସ୍ତ୍ର ଦେଖାଇ ଅପହରଣ କରିଥିଲେ । ଅପହରଣ କରିବା ପରେ ପୁରା ଭୁବନେଶ୍ୱର ବୁଲାଇବା ପରେ ତାଙ୍କୁ ବରମୁଣ୍ଡାରେ ଛାଡ଼ିଦେଇଥିଲେ । ସେହି ସମୟ ମଧ୍ୟରେ ସିକ୍ୟୁରିଟି ଗାର୍ଡଙ୍କୁ ମାଡ଼ ମାରିବା ସହ ତାଙ୍କୁ କାମୁଡ଼ି ଦେଇ ରକ୍ତାକ୍ତ କରିଦେଇଛନ୍ତି । ବରମୁଣ୍ଡାରେ ତାଙ୍କୁ ଛାଡ଼ିଦେବା ପରେ ସେ ଫୋନକରି ଜଣାଇଥିଲେ । ତାଙ୍କୁ ଉଦ୍ଧାର କରାଯାଇ ଏବେ ଗୁରୁତର ଅବସ୍ଥାରେ କୈବଲ୍ୟ ମେଡିକାଲରେ ଚିକିତ୍ସା କରାଯାଉଛି ।

Leave a Reply