ସଂଘର୍ଷରୁ ସଫଳତା: ଯେଉଁ କମ୍ପାନୀରେ ସିକ୍ୟୁରିଟି ଗାର୍ଡ ଏବେ ସେହି କମ୍ପାନୀର ସଫ୍ଟଓ୍ୱେୟାର ଇଞ୍ଜିନିୟର

1 min read

ସିକ୍ୟୁରିଟି ଗାର୍ଡରୁ ସଫ୍ଟଓ୍ୱେୟାର ଇଞ୍ଜିନିୟର । ଯେଉଁ କମ୍ପାନୀରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରୁଥିଲେ ସେହି କମ୍ପାନୀରେ ସଫ୍ଟଓ୍ୱେୟାର ଇଞ୍ଜିନିୟର ଭାବେ ନିଯୁକ୍ତି ପାଇଲେ । କେବଳ ନିଯୁକ୍ତି ପାଇଲେନି ତ ଆଜିକୁ ଦୀର୍ଘ ୮ ବର୍ଷ ହେଲା ସଫଳତାର ସହ ନିଜ ଦାୟିତ୍ୱ ତୁଲାଉଛନ୍ତି । କୌଣସି ସିନେମାର କାହାଣୀ ଭଳ ମନେ ହେଉଥିବା ଏଭଳି କହାଣୀର ଚରିତ୍ର ହେଉଛନ୍ତି ଅବଦୁଲ୍ ଅଲିମ୍ ।

            ଅବଦୁଲ୍ ବର୍ତ୍ତମାନ ଜୁହୁ କର୍ପୋରେସନ୍‌ର ଟେକ୍ନିକାଲ ଟିମ୍‌ରେ କାର୍ଯ୍ୟ କରୁଛନ୍ତି । ଜୁହୁ କର୍ପୋରେସନ୍ ସଫ୍ଟଓ୍ୱେୟାର ଡେଭଲପମେଣ୍ଟ, କ୍ଳାଉଡ୍ କମ୍ପ୍ୟୁଟିଂ ଏବଂ ଓ୍ୱେବସାଇଟ୍‌ ଆଧାରିତ ବ୍ୟବସାୟରର ଟୁଲ୍ସ ନେଇ କାର୍ଯ୍ୟ କରୁଛି । ଅବଦୁଲ୍ କହନ୍ତି ଯେ, ସେ ନିଜ କମ୍ ଶିକ୍ଷାଗତ ଯୋଗ୍ୟତା ଯୋଗୁଁ କୌଣସି ଭଲ କମ୍ପାନୀରେ ଚାକିରି ପାଇଁ ଆବେଦନ କରିନଥିଲେ । ସୋସିଆଲ୍ ମିଡିଆରେ ଅବଦୁଲ୍ ନିଜ ଯାତ୍ରା ସମ୍ପର୍କରେ ଉଲ୍ଲେଖ କରି ଲେଖିଛନ୍ତି ଯେ, ସେ ୨୦୧୩ ମସିହାରେ ଘରୁ ୧ ହଜାର ଟଙ୍କା ନେଇ ବାହାରିଥିଲେ । ଯେଉଁଥିରୁ ୮୦୦ ଟଙ୍କା ସେ ଟ୍ରେନ୍ ଟିକେଟ୍ କିଣିବା ପାଇଁ ଖର୍ଚ୍ଚ କରିଥିଲେ । ସେ ଚେନ୍ନାଇ ସ୍ଥିତି ଜୁହୁ ଟେକ୍ନୋଲୋଜିରେ ସିକ୍ୟୁରିଟି ଗାର୍ଡ ଭାବେ ଚାକିରି ପାଇବା ଯାଏଁ ପ୍ରାୟ ୨ ମାସ ରାସ୍ତାକଡ଼ରେ ଜୀବନ ବିତାଉଥିଲେ ।

            ଦିନେ ସେଠାକାର ଜଣେ ବରିଷ୍ଠ କର୍ମଚାରୀ ତାଙ୍କ ଶିକ୍ଷାଗତ ଯୋଗ୍ୟତା ଏବଂ କମ୍ପ୍ୟୁଟର ଉପରେ ତାଙ୍କ ଦଖଲ ନେଇ ପଚାରି ବୁଝିଥିଲେ । ସେ ତାଙ୍କୁ ସ୍କୁଲ ସମୟରେ HTML କିଛିଟା ଶିଖିଥିବା କହିଥିଲେ । ସେ ମୋତେ ଅଧିକ ଶିଖିବା ପାଇଁ ପରାମର୍ଶ ଦେଇଥିଲେ । ଏହା ଅବଦୁଲ୍ ନିଜର ୧୨ ଘଣ୍ଟିଆ ସିଫ୍ଟ ସାରିବା ପରେ ସେହି ବରିଷ୍ଠ ଅଧିକାରୀଙ୍କ ପାଖକୁ କମ୍ପ୍ୟୁଟର ଶିଖିବା ପାଇଁ ଯାଉଥିଲେ । ଏଭଳି ଭାବେ ପୁଣି ତାଙ୍କ ଶିକ୍ଷା ଆରମ୍ଭ ହୋଇଥିଲା ।

କିଛି ମାସ ଶିଖିବା ପରେ ଅବଦୁଲ୍ ଏକ ଆପ୍ ଡେଭଲପ୍ କଲେ । ଏହି ଆପ୍ ବ୍ୟବହାରକାରୀଙ୍କ ନିର୍ଦ୍ଦେଶ ଗ୍ରହଣ କରି ଭିଜୁଆଲାଇଜ୍ କରିବ । ସେହି ବରିଷ୍ଠ ଅଧିକାରୀ ନିଜ ମ୍ୟାନେଜରଙ୍କୁ ଏହି ଆପ୍ ଦେଖାଇଥିଲେ ।ଏବଂ ସେ ଏହାକୁ ପସନ୍ତ କରିଥିଲେ । ଏବଂ ଅବଦୁଲଙ୍କ ସାକ୍ଷାତକାର ନେଇଥିଲେ ।                କୌଣସି ବିଶେଷ ଶିକ୍ଷାଗତ ଯୋଗ୍ୟତା ନଥିବାରୁ ଅବଦୁଲ୍ ପୂର୍ବରୁ କୌଣସି ଇଣ୍ଟରଭ୍ୟୁ ଦେଇନଥିଲେ । କିନ୍ତୁ ଜୁହୁ ଟେକ୍ନୋଲୋଜିରେ ଶିକ୍ଷାଗତ ଯୋଗ୍ୟତା ଅପେକ୍ଷା ତାଙ୍କ ସ୍କିଲର ଆବଶ୍ୟକତା ଥିବା କୁହାଯାଇଥିଲା ।  ଏବଂ ସେ କମ୍ପାନୀରେ କାମ କରିବାକୁ ମନୋନୀତ ହୋଇଥିଲେ । ଏବଂ ତା’ ପରଠାରୁ ସେ ଏଯାବତ୍ ସଫଳତାର ସହ କାର୍ଯ୍ୟ କରିଆସୁଛନ୍ତି ।

Leave a Reply