ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ଗୁଳିବିନିମୟରେ ଜଣେ ଆତଙ୍କବାଦୀ ନିହତ

1 min read

ଜମ୍ମୁ: ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ । ରବିବାର ଦିନ ସକାଳେ ଜମ୍ମୁ-କାଶ୍ମୀରର କୁଲଗାମ ଅଞ୍ଚଳରେ ୨ଜଣ ଆତଙ୍କବାଦୀଙ୍କୁ ଘେରିଯଆଇଥିଲେ ସୁରକ୍ଷାବାହିନୀ ଏହି ସମୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ସୁରକ୍ଷାବାହିନୀଙ୍କ ଗୁଳିରେ ଜଣେ ପାକିସ୍ତାନୀ ଆତଙ୍କବାଦୀ ନିହତ ହୋଇଛି । ନିହତ ଆତଙ୍କୀର ନାଁ ହାଇଦର ବୋଲି ଜଣାପଡ଼ିଛି ।

ଏହାକୁ ନେଇ ପୋଲିସ କହିଛି ଯେ,  ଜଣେ ଆତଙ୍କବାଦୀ ପାକିସ୍ତାନରେ ଥିବା ଲଶ୍କର ଆତଙ୍କବାଦୀ ସଂଗଠନ ସହ ଜଡ଼ିତ ଥିଲା ଏବଂ ୨ ବର୍ଷ ହେବ ଉତ୍ତର କାଶ୍ମୀରରେ ସକ୍ରିୟ ଥିଲା ଏବଂ ଦ୍ୱିତୀୟ ଆତଙ୍କବାଦୀ ସ୍ଥାନୀୟ ଆତଙ୍କବାଦୀ ବୋଲି କହିଛନ୍ତି । ଏବଂ ନିହତ ଆତଙ୍କବାଦୀଙ୍କ ନାଁ ହେଉଛି ହାଇଦର ।

ଏହା ପୂର୍ବରୁ ଗତକାଲି ସକାଳେ ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ପୁଲିସ କର୍ମୀ ପ୍ରାଣ ହରାଇଥିଲେ। ଆକ୍ରମଣରେ ଗୁରୁତର ଆହତ ହୋଇଥିବା ପୁଲିସ କର୍ମୀ ଜଣକ ଡାକ୍ତରଖାନାରେ ଚିକିତ୍ସା ସମୟରେ ରାତିରେ ପ୍ରାଣ ହରାଇଥିଲେ। ସେ ପୁଲିସ କଣ୍ଟ୍ରୋଲ୍ ରୁମ୍ ହେଲ୍ପଲାଇନ ୧୧୨ରେ ଡ୍ରାଇଭର ଭାବେ କାର୍ଯ୍ୟରତ ଥିଲେ। ଏହି ଘଟଣା ପରେ ଆଖପାଖ ଅଞ୍ଚଳରେ ସର୍ଚ୍ଚ ଅପରେସନ କରାଯାଇଥିଲା, ମାତ୍ର ଆତଙ୍କବାଦୀଙ୍କ କୌଣସି ପତ୍ତା ମିଳି ନଥିଲା।