ଭୁବନେଶ୍ୱର: ବାଣପୁରରେ ୧୪୪ ଧାରା ଜାରି  । କୌଣସି ଅପ୍ରିତୀକର ପରିସ୍ଥିତି ଘଟିବା ପୂର୍ବରୁ ପୋଲିସ ପକ୍ଷରୁ ଜାରି କରାଯାଇଛି ଦାରା ୧୪୪  । ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଉପସ୍ଥିତ ଲୋକଙ୍କ ଉପରକୁ ଗାଡି ମଡାଇବା ପରେ ସେଠାରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି  । କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ମଧ୍ୟ ବାଣପୁରରେ ପହଁଚି ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିଛନ୍ତି  । ସେହିପରି ୪ ପ୍ଲାଟନରୁ ଅଧିକ ପୋଲିସ ଫୋର୍ସ ନିୟୋଜିତ ରହିଛନ୍ତି ।

ସେପଟେ ଗିରଫ ହେବେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ସୁସ୍ଥ ହେବା ପରେ ତାଙ୍କୁ ଗିରଫ କରାଯିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ । ଏହା ସହ ଡିଏସପି ରାଙ୍କର ଜଣେ ଅଧିକାରୀ ଏହି ଘଟଣାର ତଦନ୍ତ କରିବେ ବୋଲି ସେ ସୂଚନା ଦେଇଛନ୍ତି । ଘଟଣା ଘଟିବାବେଳେ ବାଣପୁର ଆଇଆଇସି ଗାଡି ଆଗରେ ଠିଆ ହୋଇ ମନା କରୁଥିବା ସତ୍ତ୍ବେ ବିଧାୟକ ପୋଲିସ ଓ ଲୋକଙ୍କ ଉପରେ ଗାଡି ଚଢାଇଦେଇଥିଲେ ବୋଲି କହିଛନ୍ତି ଆଇଜି ।  ଏହି ଘଟଣା ପରେ ବାଣପୁରରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ସୂଚାରୁ ରୂପେ ପରିଚାଳନା ପାଇଁ ୧୪୪ ଧାରା ଜାରି କରାଯାଇଛି  ।