କଳିଙ୍ଗ ଷ୍ଟାଡିୟମରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ବୁଲି ଦେଖିଲେ 5T ସଚିବ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ବିଭିନ୍ନ କାର୍ଯ୍ୟ ବୁଲି ଦେଖିଲେ ଫାଇଭ ଟି ସଚିବ ଭିକେ ପାଣ୍ଡିଆନ୍‌ । ଫାଇଭ ଟି ଆଧାରରେ ହୋଇଥିବା କାମର ସମୀକ୍ଷା କରିଥିଲେ । ଇଣ୍ଡୋର ଆଥଲେଟିକ୍‌ ଷ୍ଟାଡିମୟ, ଇଣ୍ଡୋର ଆକ୍ବାଟିକ୍ସ ଷ୍ଟାଡିୟମ, ଟେନିସ ସେଣ୍ଟର, ହକି ହାଇ ପରଫରମାନ୍ସ ସେଣ୍ଟର ସମୀକ୍ଷା କରିଛନ୍ତି । ଏଥିସହ ବାଡମିଣ୍ଟନ ହାଇପରଫରମାନ୍ସ ସେଣ୍ଟରର ନିର୍ମାଣ କାମ ମଧ୍ୟ ସମୀକ୍ଷା କରିଛନ୍ତି ଫାଇଭଟି ସଚିବ ଭିକେ ପାଣ୍ଡିଆନ୍‌ । କାମକୁ ଦେଖି ପାଣ୍ଡିଆନ୍‌ ଖୁସି ବ୍ୟକ୍ତ କରିଥିଲେ ।

ସେଠାରେ ଉପସ୍ଥିତ ଥିବା ଇଞ୍ଜିନିୟରଙ୍କ ସହ ଆଲୋଚନା କରିବା ସହ କାମକୁ ଡେଡଲାଇନ୍‌ ଭିତରେ ସାରିବାକୁ ପରାମର୍ଶ ଦେଇଥିଲେ । ଗତ ୧୫ ମାସ ତଳେ ଏସବୁର କାମ ଆରମ୍ଭ ହୋଇଥିବା ବେଳେ ଆସନ୍ତା ଦୁଇ ମାସ ମଧ୍ୟରେ କାମ ସରିବ । କ୍ରୀଡା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଜନ କଣ ରହିଛି ସେନେଇ ଏହି ପ୍ରୋଜେଟ ସହ ଜଡିତ ବ୍ୟକ୍ତିଙ୍କ ସହ ଆଲୋଚନା କରିଥିଲେ ।

କଳିଙ୍ଗରେ ଏହି ପ୍ରୋଜେକ୍ଟରେ ଦ୍ବାରା ରାଜ୍ୟରେ ସ୍ପୋର୍ଟ୍ସମେନସିପ୍‌ର ଏକ ବିସ୍ତାର ହେବ ବୋଲି ପାଣ୍ଡିଆନ କହିଛନ୍ତି । ଏହା କେବଳ ରାଜ୍ୟ ନୁହେଁ ସାରା ଦେଶ ପାଇଁ ଅନେକ ସଫଳତା ଆଣିବ ବୋଲି ପାଣ୍ଡିଆନ୍‌ କହିଛନ୍ତି ।