ପ୍ରତିରକ୍ଷା ବିଭାଗ ଗୁପ୍ତତଥ୍ୟ ଲିକ୍ ଘଟଣା: ସାମ୍ନାକୁ ଆସିଲା ଚତୁର୍ଥ ଅଭିଯୁକ୍ତର ନାମ

1 min read

ବାଲେଶ୍ୱର: ପ୍ରତିରକ୍ଷା ବିଭାଗର ଗୁପ୍ତତଥ୍ୟ ଲିକ୍‌ ଘଟଣା । ଆସିଲା ଚତୁର୍ଥ ଅଭିଯୁକ୍ତର ନାମ । ଚତୁର୍ଥ ଅଭିଯୁକ୍ତ ହେଲେ ହେମନ୍ତ ମିସ୍ତ୍ରୀ । ହେମନ୍ତ ଆଇଟିଆରର ଡ଼ିଜି ଅପରେଟର ଭାବେ ଠିକା କର୍ମଚାରୀ ଭାବେ କାମ କରୁଥିଲେ । ଶତ୍ରୁ ଦେଶ ପାଇଁ ସୁନ୍ଦରୀ ନେଉଥିଲେ ସିକ୍ରେଟ୍‌ ଡାଟା । ନିୟମିତ ପାକିସ୍ତାନରୁ ଫୋନ୍‌ କଲ୍‌ ବଢାଇଥିଲା ସନ୍ଦେହ । ଯାଞ୍ଚ ପରେ ପୂରା ଘଟଣାରୁ ଉଠିଲା ପରଦା । ବିଦେଶୀ ଏଜେଣ୍ଟଙ୍କୁ ଗୋପନ ତଥ୍ୟ ଯୋଗାଇବା ଅଭିଯୋଗରେ ୪ ଠିକା କର୍ମଚାରୀଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନାଁରେ ଦେଶଦ୍ରୋହ ସହ ଅନେକ ସଂଗୀନ୍ ଦଫାରେ ମାମଲା ରୁଜୁ ହୋଇଛି । ୩ ମାସ ଧରି ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ହନିଟ୍ରାପ୍ ଦ୍ୱାରା ଗୁପ୍ତ ତଥ୍ୟ ହାତଉଥିଲେ ପାକିସ୍ତାନ ଏଜେଣ୍ଟ । ପାକିସ୍ତାନ ଏଜେଣ୍ଟଙ୍କୁ ମିଲିଟାରୀ ବ୍ଲୁ-ପ୍ରିଣ୍ଟ ପଠାଉଥିଲେ ଅସ୍ଥାୟୀ କର୍ମଚାରୀ । ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ଲିକ୍‌ ହେଉଥିଲା ଗୁପ୍ତ ତଥ୍ୟ । ଏନେଇ ଓଡ଼ିଶା କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍‌ ସୁରାକ ପାଇବା ପରେ ଧରିବାକୁ ଆରମ୍ଭ ହୋଇଥିଲା ସିକ୍ରେଟ୍‌ ପ୍ଲାନ୍ । ଗିରଫ ଅଭିଯୁକ୍ତ ହେଉଛନ୍ତି ବସନ୍ତ ବେହେରା, ସେକ୍‌ ଫୁସାଫିର, ପ୍ରକାଶ ବେହେରା ଓ ହେମନ୍ତ ମିସ୍ତ୍ରୀ । ଆଇଟିଆର ୩ନଂ ଲଞ୍ଚପ୍ୟାଡ୍‌ରେ ଏମାନେ ଠିକା କର୍ମଚାରୀଭାବେ ନିୟୋଜିତ ହୋଇଥିଲେ । ଟଙ୍କା ଲୋଭ ଦେଖାଇ ଏମାନଙ୍କଠାରୁ କ୍ଷେପଣାସ୍ତ୍ର ସମ୍ପର୍କିତ ତଥ୍ୟ ହାତଉଥିଲେ ବିଦେଶୀ ଏଜେଣ୍ଟ ।

ଏଥିସହିତ ପଢ଼ନ୍ତୁ: ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ୪ ଗିରଫ, ବିଦେଶୀ ଏଜେଣ୍ଟକୁ ଦେଉଥିଲେ ଗୋପନ ତଥ୍ୟ

Leave a Reply